ବର୍ଡରଙ୍କ ବିଚାର, ନଜରରେ ରହିବେ ୩ ଅଧିନାୟକ

ଲଣ୍ଡନ୍‌: ଅଷ୍ଟ୍ରେଲୀୟ କ୍ରିକେଟ୍ କିମ୍ବଦନ୍ତୀ ଆଲାନ୍ ବର୍ଡରଙ୍କ ବିଚାରରେ ଆଗାମୀ ବିଶ୍ବକପ୍‌ରେ ୩ ଜଣ ଅଧିନାୟକ ସମସ୍ତଙ୍କ ନଜରରେ ରହିବେ। ସେହି ୩ ଜଣ ହେଲେ ବିରାଟ କୋହଲି, ଇଅନ୍ ମୋର୍ଗାନ୍ ଏବଂ ଅରୋନ୍‌ ପିଞ୍ଚ୍‌। ୧୯୮୭ ମସିହାରେ ଭାରତୀୟ ଉପମହାଦେଶରେ ଅଷ୍ଟ୍ରେଲିଆକୁ ପ୍ରଥମ ଥର ବିଶ୍ବକପ୍‌ ବିଜେତା କରାଇଥିବା ଅଧିନାୟକ ବର୍ଡରଙ୍କ ମତରେ କୋହଲିଙ୍କ ଆକ୍ରାମକ ଆଭିମୁଖ୍ୟ ଏବଂ ଚାହାଣୀ ତାଙ୍କୁ ମୋର୍ଗାନ୍ ଏବଂ ଫିଞ୍ଚଙ୍କଠାରୁ ଭିନ୍ନ କରିଛି। ମୋ ମତରେ ବିରାଟ କୋହଲି ଜଣେ ଭିନ୍ନ ପ୍ରକାରର ଅଧିନାୟକ। ଅଷ୍ଟ୍ରେଲିଆ ପକ୍ଷରୁ ୧୭୮ ଦିନିକିଆ ଖେଳିଥିବା ବର୍ଡର କିନ୍ତୁ ଏହି ୩ ଜଣ ଅଧିନାୟକଙ୍କୁ ମାନ୍ୟତାକ୍ରମ ଧାର୍ଯ୍ୟ କରିବାକୁ ମନା କରି ଦେଇଥିଲେ। ମୋର୍ଗାନଙ୍କ ନେତୃତ୍ବରେ ଇଂଲଣ୍ଡ ନିଶ୍ଚିତ ଦିନିକିଆ କ୍ରିକେଟ୍‌ର ଶୀର୍ଷକୁ ଉଠିଛି। ଇଂଲଣ୍ଡ ଏବେ ଦଳଗତ ଭାବେ ଭଲ କରୁଛି। ଏହି ଦଳ ଭିନ୍ନ ରଣକୌଶଳ ପ୍ରସ୍ତୁତ କରୁଥିବାରୁ ବିଶ୍ବକପ୍‌ ବେଳେ ମଜାଳିଆ ପରିସ୍ଥିତି ହେବ। ଇଂଲଣ୍ଡ ଏକ ଭୟଙ୍କର ଦଳ ଏବଂ ପ୍ରତି ବୋଲିଂ ୟୁନିଟ୍ ପାଇଁ ଏହା ଚାପର କାରଣ ବୋଲି ବର୍ଡର ପ୍ରକାଶ କରିଛନ୍ତି। ମୋତେ ଯାହା ଅନୁଭବ ହେଉଛି ଇଂଲଣ୍ଡ ନିଜର ପୁରୁଣା ଖେଳକୁ ଛାଡ଼ିଥିଲେ ମଧ୍ୟ ସେମିଫାଇନାଲ୍ ପହଞ୍ଚିବାର ସମ୍ଭାବନା ରଖିଛି। ନିଜ ଦେଶର ଅରୋନ୍‌ ଫିଞ୍ଚ୍‌ଙ୍କ ନେତୃତ୍ବ ଦକ୍ଷତାକୁ ନେଇ ମୁଁ ମଧ୍ୟ ପ୍ରଭାବିତ ବୋଲି କହିଛନ୍ତି ୬୩ ବର୍ଷୀୟ ଏହି ପୂର୍ବତନ ବାମହାତୀ ବ୍ୟାଟସମ୍ୟାନ୍। ବିଶେଷ କରି ଫିଞ୍ଚ୍‌ ଅଡୁଆ ପରିସ୍ଥିତିରେ ଭଲ ନେତୃତ୍ବ ନେଇଥାନ୍ତି। ଭଳ ଭିତରେ ବି ସେ ଭଲ ଅନୁଭବ ଆଣିଛନ୍ତି। କୌଶଳରେ ସମସ୍ତେ (କୋହଲି, ମୋର୍ଗାନ୍‌, ଫିଞ୍ଚ୍‌) ନିଶ୍ଚିତ ଭଲ କରିବେ ବୋଲି ବର୍ଡର ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର