ଅଶ୍ବିନଙ୍କୁ ଏତିକି ପଚାରିଥିଲି; ସତରେ କ’ଣ ଏମିତି ଖେଳ ଚାହାନ୍ତି: ବଟଲର

ମଙ୍କଡିଂକୁ ୱାର୍ନରଙ୍କ ଡର

ଆନ୍ଦ୍ରେ ରସେଲଙ୍କୁ ଜଣେ ପ୍ରତିଭାବାନ ଖେଳାଳି ଭାବେ ବର୍ଣ୍ଣନା କରିଥିବା ବଟଲର ଯଶପ୍ରୀତ ବୁମରାଙ୍କୁ ବିଶ୍ବର ସବୁଠାରୁ ବିପଜ୍ଜନକ ବୋଲର ଆଖ୍ୟା ଦେଇଥିଲେ। ଅନ୍ୟ ପକ୍ଷରେ ଆଫଗାନିସ୍ତାନ ସ୍ପିନର ରସିଦ ଖାନଙ୍କୁ ସମ୍ମୁଖୀନ ହେବାକୁ ଭୟ କରନ୍ତି ବୋଲି ସ୍ବୀକାର କରିଥିଲେ।

ଚଳିତ ଆଇପିଏଲ୍‌ରେ ମଙ୍କଡିଂ ରନ୍‌ ଆଉଟ୍‌କୁ ନେଇ ଲାଗି ରହିଥିବା ଚର୍ଚା ଥମିବାରେ ନାହିଁ। ସୋମବାର ରାତିରେ କିଙ୍ଗସ ଇଲେଭେନ୍ ପଞ୍ଜାବ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁକାବିଲା ‌ବେଳେ ଏଭଳି ଆଉଟ୍‌କୁ କିଭଳି ଏଡ଼ାଇ ଦେଇ ହେବ ତାହାର ଉଦାହରଣ ଦେଖାଇଥିଲେ ଅଷ୍ଟ୍ରେଲୀୟ ତାରକା ଡେଭିଡ୍ ୱାର୍ନର। ବିଶେଷ କରି ପଞ୍ଜାବ ଅଧିନାୟକ ଆର୍ ଅଶ୍ବିନ୍ ବୋଲିଂ କରୁଥିବା ବେଳେ ୱାର୍ନର ବେଶ ସତର୍କ ରହୁଥିଲେ। ନନ୍‌ ଷ୍ଟାଇକର୍ ପର୍ଶ୍ବରେ ଥିବା ବେଳେ କ୍ରିଜ୍‌ରେ ପାଦ କିମ୍ବା ବ୍ୟାଟ୍‌ ସଂଯୋଗ ରଖୁଥିଲେ। ୱାର୍ନରଙ୍କ ଏହି ଆଚରଣ ବି କ୍ୟାମେର‌ାରେ କଏଦ ହୋଇଥିଲା ଏବଂ ବଡ଼ ପରଦାରେ ଦେଖାଇବାର ଏକ ଖୋରାକ ଯୋଗାଇଥିଲା। ସୂଚନାଯୋଗ୍ୟ, ପୂର୍ବରୁ ଚଳିତ ବର୍ଷ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଆଶ୍ବିନ୍‌ କୌଣସି ପ୍ରାକ୍‌ ଚେତାବନୀ ନ ଦେଇ ରାଜସ୍ଥାନ ରୟାଲ୍‌ସ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଜୋସ୍ ବଟଲର୍‌ଙ୍କୁ ମଙ୍କଡିଂ ରନ୍‌ ଆଉଟ୍ କରିଥିଲେ। ଏହାକୁ ନେଇ ଅଶ୍ବିନଙ୍କୁ କ୍ରିକେଟ୍ ଜଗତରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। କ୍ରିକେଟ୍ ନିୟମ ଅନୁସାରେ ଜଣେ ବୋଲର ଏଭଳି ଆଉଟ୍ କରିବାର ଅଧିକାର ଥିଲେ ମଧ୍ୟ ଏହାକୁ ‘ଖେଳୁଆଡ ଭାବନା ବିରୋଧୀ’ ଆଖ୍ୟା ଦିଆଯାଇ ଆସୁଛି।

ସମ୍ବନ୍ଧିତ ଖବର