ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ‌ଲିସୋଭଙ୍କୁ ରିଙ୍ଗ୍‌ସାଇଡ୍‌କୁ ମନା

ନୂଆଦିଲ୍ଲୀ: ଚଳିତ ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଜଜ୍‌ଙ୍କ ନିଷ୍ପତ୍ତିରେ ଆପତ୍ତି ଉଠାଇଥିବା ପୂର୍ବତନ ଅଲିମ୍ପିକ୍ ବିଜେତା ତଥା ବୁଲ୍‌ଗେରିଆ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକଙ୍କୁ ରିଙ୍ଗ୍‌ସାଇଡ୍‌କୁ ଆସିବାକୁ ବାରଣ କରାଯାଇଛି। ସୋମବାର କ୍ବାର୍ଟର୍‌ ଫାଇନାଲ୍‌ରେ ଭାରତର ସୋନିଆ ଚହଲଙ୍କ ବିପକ୍ଷରେ ଖେଳୁଥିବା ଷ୍ଟାନିମିରା ପେଟ୍ରୋଭା ଜଜ୍‌ଙ୍କ ନିଷ୍ପତ୍ତି‌ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ସମୟରେ ତାଙ୍କ ପ୍ରଶିକ୍ଷକ ଲେସୋଭ ଜଜ୍‌ଙ୍କ ନିଷ୍ପତ୍ତିକୁ ବିରୋଧ କରି ରିଙ୍ଗ୍‌ ମଧ୍ୟକୁ ପାଣି ବୋତଲ ଫିଙ୍ଗିଥିଲେ। ଏଭଳି ଅସଦାଚରଣ ପାଇଁ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘ (ଏଆଇବିଏ) ଲି‌‌ସୋଭଙ୍କୁ ୨୪ ତାରିଖ ଫାଇନାଲ୍‌ ପର୍ଯ୍ୟନ୍ତ ରିଙ୍ଗ୍‌ ପାଖକୁ ଯିବାକୁ ବାରଣ କରିଛି। ଲି‌ସୋଭ ୧୯୮୦ ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ଏବଂ ୩ ଦଶନ୍ଧୀ ଧରି ପ୍ରଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି।

 

ସମ୍ବନ୍ଧିତ ଖବର