ମୁମ୍ବାଇ: ବିଶ୍ବକପ୍ରୁ ଭାରତର ବିଦାୟ ପରେ କେବଳ ପ୍ରଶଂସକମାନେ ନିରାଶ ନୁହଁନ୍ତି, ବ୍ୟବସାୟୀ ଏବଂ ବ୍ରାଣ୍ଡ୍ ଦୁନିଆ ବି କୋଟି କୋଟି ଟଙ୍କାର କ୍ଷତି ସହିବାକୁ ଯାଉଛନ୍ତି। ବିଜ୍ଞାପନ ଦାତା ଏବଂ ମିଡିଆ ଦୁନିଆ ବି ବିଶେଷ ଭାବେ ପ୍ରଭାବିତ ହେବାକୁ ଯାଉଛନ୍ତି। ବିଜ୍ଞାପନଦାତା ମାନେ ପ୍ରଚୁର ଅର୍ଥରେ ବ୍ୟବସାୟିକ ସମୟ କ୍ରୟ କରିଥିଲେ। ଏବେ ସେମାନେ ଆଶାଠୁ କମ୍ ପାଇବେ। କାରଣ ଭାରତ ଫାଇନାଲ୍ ଖେଳିବାର ନ ଥିବାରୁ ରବିବାର ପ୍ରଶଂସକ ସଂଖ୍ୟା ଅଧା ହୋଇଯିବ ବୋଲି ବିଶ୍ବାସ କରାଯାଉଛି। ଶେଷ ମିନିଟରେ ବିକ୍ରି ହେବାକୁ ଥିବା ଟିକେଟ୍ ବି ଆଉ ଚାହିଦାରେ ନାହିଁ। ବରଂ ଭାରତୀୟ ପ୍ରଶଂସକଙ୍କ ଟିକେଟ୍ ପୁନଃ ବିକ୍ରି ବଢ଼ିଯାଇଛି। ବିଜ୍ଞାପନଦାନା ମାନେ ନିଶ୍ଚିତ ନିରାଶ ବୋଲି ସ୍ବୀକାର କରିଛନ୍ତି ଡବୁଲ୍ୟପିପିର ସିଇଓ କପିଳ ଆରୋରା। ଭାରତ ଫାଇନାଲ୍ ଖେଳିଥିଲେ ଦର୍ଶକଙ୍କ ସଂଖ୍ୟା ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଥାନ୍ତା। ଏବେ ଆଉ ସେଭଳି ହେବାରେ ନାହିଁ। ଟିକେଟ୍ କଳାବଜାର ରୋକିବାକୁ ଆଇସିସି ଫେରସ୍ତ ବ୍ୟବସ୍ଥା ରଖିଥିବାରୁ ଏବେ ଅଧିକାଂଶ ଏଥିରେ ମାତିଯାଇଛନ୍ତି। ଏହାର ଉଦାହରଣ ମଧ୍ୟ ସେମିଫାଇନାଲରୁ ମିଳିସାରିଛି। ଅଧିକାଂଶ ଭାରତୀୟ ପ୍ରଂଶସକମାନେ ଭାରତ ଦ୍ବିତୀୟ ସେମିଫାଇନାଲ୍ ଖେଳିବ ବୋଲି ଭାବି ଟିକେଟ୍ କିଣିଥିଲେ। କିନ୍ତୁ ଭାରତ ଜୁଲାଇ ୯-୧୦ରେ ପ୍ରଥମ ସେମିଫାଇନାଲ୍ ଖେଳିଥିଲା। ମୋଟ ୬୮,୦୦୦ ପ୍ରଶଂସକ ସେମାନଙ୍କ ଟିକେଟ୍କୁ ପୁନଃ ବିକ୍ରି କରିଥିବା ଜଣେ ଆଇସିସି ମୁଖପାତ୍ର କହିଛନ୍ତି। ଫାଇନାଲ୍ ଟିକେଟ୍କୁ ବହୁ ପ୍ରଶଂସକ ଫେରସ୍ତ କରିବାକୁ ଚାହିଁଛନ୍ତି ବୋଲି ସେ ସ୍ବୀକାର କରିଛନ୍ତି। କିଛି ବିଜ୍ଞାପନଦାତା କିନ୍ତୁ ସେମାନଙ୍କ ପୁଞ୍ଜି ନିବେଶ ଅନୁସାରେ ଚାହିଦା ସୃଷ୍ଟି କରିପାରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ ଆୟୋଜକମାନେ ଦର୍ଶକ ସଂଖ୍ୟା ହ୍ରାସ ଏବଂ ଶେଷ ମୁହୂର୍ତ ଟିକେଟ ଫେରସ୍ତକୁ ନେଇ ଆଶଙ୍କାରେ ରହିଛନ୍ତି। ଟେଲିଭିଜନ୍ ଏବଂ ଅନ୍ୟ ମିଡିଆ ଦର୍ଶକଙ୍କ ସଂଖ୍ୟା ୪୨୦ ମିଲିଅନ୍ ଟପି ସାରିଥିଲା। କିନ୍ତୁ ଭାରତ ଫାଇନାଲ୍ ଖେଳିଥିଲେ ଏହି ସଂଖ୍ୟା ଆହୁରି ବଢ଼ିଥାନ୍ତା ବୋଲି ଗଣମାଧ୍ୟମ କ୍ରେତା ସ୍ବୀକାର କରିଥିଲେ। ଷ୍ଟାର ଇଣ୍ଡିଆ ଭାରତରେ ୭ଟି ଭାଷାରେ ପ୍ରସାରିତ କରୁଥିବା ବେଳେ ସେମାନେ ବିଜ୍ଞାପନରୁ ୧୨୫୦-୧୩୫୦ କୋଟି ଆୟ କରିବାର ଆଶା ରଖିଥିଲେ। କିନ୍ତୁ ଫର୍ମାଟ ବଦଳିଥିବା ଯୋଗୁଁ ଭାରତ ପୂର୍ବ ଅପେକ୍ଷା ୫୦ ପ୍ରତିଶତ ଅଧିକ ମ୍ୟାଚ୍ ଖେଳିବାରୁ ବିଜ୍ଞାପନଦାତା ଭଲ ଆୟ କରିଛନ୍ତି। ବାର୍କର ସୂଚନା ଅନୁସାରେ ଆମାଜନ୍, ଫୋନପେ, ଉବର, ଡିଜନି, ବାଇଜୁ, ଡ୍ରିମ୍ ୧୧.କମ୍ ପ୍ରମୁଖ ବିଜ୍ଞାପନଦାତା ଥିଲେ।
ଭାରତର ବିଦାୟ ପରେ ବ୍ରାଣ୍ଡ୍ଙ୍କ ଭାଳେଣି
/sambad/media/post_attachments/wp-content/uploads/2019/07/Untitled-5-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)