ବିଶ୍ୱକପ କ୍ୱାର୍ଟରରେ ବ୍ରାଜିଲ, ମେକ୍ସିକୋକୁ ୨-୦ରେ ହରାଇଲା

ମସ୍କୋ : ବିଶ୍ୱ କପ ଫୁଟବଲର ଏକ ନକଆଉଟ ମ୍ୟାଚରେ ଟାଇଟଲ ଆଶାୟୀ ବ୍ରାଜିଲ ମେକ୍ସିକୋକୁ ୨-୦ ଗୋଲରେ ପରାସ୍ତ କରି କ୍ୱାଟରଫାଇନାଲ ଖେଳିବା ନିଶ୍ଚିତ କରିଛି । କ୍ୱାଟର ଫାଇନାଲରେ ବ୍ରାଜିଲ ବେଲଜିୟ-ଜାପାନ ମ୍ୟାଚର ବିଜେତାକୁ ଭେଟିବ । ଆଜି ହୋଇଥିବା ମ୍ୟାଚରେ ବ୍ରାଜିଲ ଚମତ୍କାର ଖେଳ ଦେଖାଇଥିଲା । ମ୍ୟାଚର ୫୧ ତମ ମିନିଟରେ ବ୍ରାଜିଲ ତରଫରୁ ନେମାର ପ୍ରଥମ ଗୋଲ ଦେଇ ନିଜ ଦଳକୁ ଆଗୁଆ କରିଥିଲେ । ମ୍ୟାଚର ୮୮ ତମ ମିନିଟରେ ରୋବୋର୍ଟ ଫାର୍ମିନୋ ୨ୟ ଗୋଲ ଦେଇ ବିଜୟ ନିଶ୍ଚିତ କରିଦେଇଥିଲେ । ମେକ୍ସିକୋ ଲଢୁଆ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ଗୋଲ ଦେବାକୁ ସକ୍ଷମ ହୋଇପାରିନଥିଲା ।

ସମ୍ବନ୍ଧିତ ଖବର