ବ୍ରିଲିଆଣ୍ଟ୍‌ କ୍ରିକେଟ୍‌: ପ୍ରଗତି ବିଜେତା

ପାଣିକୋଇଲି : ୨୩ତମ ବ୍ରିଲିଆଣ୍ଟ୍‌ କପ୍‌ ରାଜ୍ୟସ୍ତରୀୟ କ୍ରିକେଟ୍‌ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ଉଦଳାର ୟୁନିୟନ୍‌ ଏକାଦଶ ଦଳକୁ ୧୦ ଓ୍ଵିକେଟ୍‌ରେ ହରାଇ ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂ ବିଜେତା ହୋଇଛି। ଉଦଳା ଦଳ ୧୭.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୦୩ ରନ୍‌ କରିଥିଲା। କ୍ଷମାସାଗର ବଳ ୨୬ ରନ୍‌ କରିଥିଲେ। ପ୍ରଗତି ସ୍ପୋର୍ଟିଂର ପ୍ରଦୀପ ପ୍ରଧାନ ୩ ଓ୍ଵିକେଟ୍‌ ନେଇଥିଲେ।

ଜବାବରେ ପ୍ରଗତି ସ୍ପୋର୍ଟିଂ ୧୩.୩ ଓଭରରେ କୌଣସି ଓ୍ଵିକେଟ୍‌ ନ ହରାଇ ୧୦୭ ରନ୍‌ କରି ବିଜୟୀ ହୋଇଥିଲା। ଟୁକୁନା ସାହୁ ଓ ଅଭିନବ ଘୋଷ ପ୍ରତ୍ୟେକ ୪୯ ଲେଖାଏଁ ରନ୍‌ କରିଥିଲେ। ଟୁକୁନା ସାହୁ ଫାଇନାଲ୍‌ର ଶ୍ରେଷ୍ଠ, ଅଭିନବ ଘୋଷ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ କ୍ଷମାସାଗର ବଳ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌, ପ୍ରଦୀପ ପ୍ରଧାନ ଶ୍ରେଷ୍ଠ ବୋଲର, ଟୁକୁନା ସାହୁ ଶ୍ରେଷ୍ଠ କ୍ୟାଚର୍‌ ପୁରସ୍କାର ପାଇଥିଲେ। ପ୍ରାଣନାଥ ଜେନା ଓ ଦୁର୍ଗା ପ୍ରସାଦ ପଟ୍ଟନାୟକ ମ୍ୟାଚ୍‌ ପରିଚାଳନା କରିଥିଲେ। ସ୍କୋରର ଭାବେ ଶୁଭକାନ୍ତ ପାତ୍ର, ସ୍ମାରକ ସାହୁ, ଅଭିରାମ ମହି, ଧାରା ବିବରଣୀରେ ଜ୍ଞାନରଂଜନ ଘଡ଼ାଇ, ଆନନ୍ଦ ରଣା ସହଯୋଗ କରିଥିଲେ।
ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରେଇ ବିଧାୟକ ଆକାଶ ଦାସନାୟକ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପାଣିକୋଇଲି ସରପଞ୍ଚ କାର୍ତିକ ଚନ୍ଦ୍ର ପଣ୍ଡା, ରୁନୁ ଭୂୟାଁ, ପ୍ରକାଶ ମଲିକ, ସୌଭାଗ୍ୟ ମହାନ୍ତି, ସମିତିସଭ୍ୟାଙ୍କ ପ୍ରତିନିଧି ସନ୍ତୋଷ ବେହେରା, ଜୁଲୁ ପ୍ରକାଶ ଜ୍ୟୋତି, ଧନେଶ୍ୱର ବେହେରା, ସୁବାଷ ଧଳ ପ୍ରମୁଖ ଯୋଗଦେଇଥିଲେ। ଆୟୋଜକ ବ୍ରିଲିଆଣ୍ଟ୍‌ କ୍ରିକେଟ୍‌ କ୍ଲବ୍‌ର ସଭାପତି ସେକ୍‌ ଜହର ଅଲ୍ଲୀ, ସଂପାଦକ ଗୌରାଙ୍ଗ ଓଝା, ସଭ୍ୟ ମୋହନ ବାରିକ, ରତିରଞ୍ଜନ ରାୟ, ତାହେର ଅଲ୍ଲୀ, ଦେବୀ ପ୍ରସାଦ ପଣ୍ଡା ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର