ମୁମ୍ବାଇ: ‘‘ଯଶପ୍ରୀତ୍ ବୁମରା ଯେ କୌଣସି ଫର୍ମାଟ୍ରେ ବିଶ୍ବର ଜଣେ ଦକ୍ଷତାପୂର୍ଣ୍ଣ ବୋଲର। ତାଙ୍କ ବିପକ୍ଷରେ ବ୍ୟାଟିଂ କଷ୍ଟକର ହୋଇଥାଏ। ଏପରିକି ନେଟ୍ ସେସନ୍ (ନେଟ୍ସ)ରେ ମଧ୍ୟ ସେ ମ୍ୟାଚ୍ ଭଳି ଗମ୍ଭୀରତା ଆଣିଥାନ୍ତି। ନେଟ୍ସରେ ସେ ବୋଲିଂ କରୁଥିବାବେଳେ ଆମ ମୁଣ୍ଡ ଓ ପିଞ୍ଜରା ହାଡ଼କୁ ବି ଟାର୍ଗେଟ୍ କରିଥାନ୍ତି’’। ଏଭଳି ସତ୍ୟର ଅବତାରଣା କରି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବୁମ୍ ବୁମ୍ ବୁମରାଙ୍କୁ ପ୍ରଶଂସା କରିଛନ୍ତି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟସମ୍ୟାନ୍ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାର ଅବ୍ୟବହିତ ପୂର୍ବରୁ ଏଭଳି ଟିପ୍ପଣି ଦେଇଛନ୍ତି। ‘ସେ ଜଣେ ଉପଯୁକ୍ତ ବୋଲର, ନେଟ୍ସରେ ତାଙ୍କ ବିପକ୍ଷରେ ଖେଳିବାକୁ ମୋତେ ଭଲ ଲାଗେ। ଏଥି ପାଇଁ ମୁଁ ନିଜକୁ ବି ଆହ୍ବାନ ଦିଏ। ନେଟ୍ସରେ ବି ସବୁଦିନ ବୁମରାଙ୍କୁ ଚୌକା ମାରି ହୁଏ ନାହିଁ’ ବୋଲି ମଧ୍ୟ କୋହଲି ପ୍ରକାଶ କରିଛନ୍ତି। ମଙ୍ଗଳବାରର ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ପୂର୍ବରୁ ସୋମବାର ନେଟ୍ସରେ କୋହଲି-ବୁମରା ମଧ୍ୟ ମୁହାଁମୁହିଁ ହୋଇଥିଲେ। ବିଗତ ୪ ବର୍ଷ ହେବ ବୁମରା ଭାରତୀୟ ଦଳରୁ ଖେଳୁଛନ୍ତି, କିନ୍ତୁ ନେଟ୍ସରେ ଦ୍ବିତୀୟ ଥର ପାଇଁ ତାଙ୍କ ବଲ୍ରେ ମୁଁ ଆଉଟ୍ ହୋଇଥିଲି। ବହୁ ସଟ୍ ଖେଳିଛି, କିନ୍ତୁ କ୍ବଚିତ୍ ଆଉଟ୍ ହୋଇଛି। ୨୦୧୮ରେ ଆଡିଲେଡ୍ ଟେଷ୍ଟ୍ ପୂର୍ବରୁ ଥରେ ସେ ମୋତେ ଆଉଟ୍ କରିଥିଲେ ବୋଲି କୋହଲି ମଧ୍ୟ ମନେ ପକାଇ ଦେଇଥିଲେ। ମଙ୍ଗଳବାର ମ୍ୟାଚ୍ରେ ମିଚେଲ୍ ଷ୍ଟାର୍କଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆର ପେସ୍ ବାହିନୀକୁ ମୁକାବିଲା କରିବା ଭାରତୀୟ ମଧ୍ୟକ୍ରମ ଲାଗି ଆହ୍ବାନ ରହିବ ବୋଲି ମଧ୍ୟ କୋହଲି ଚେତାବନୀ ଶୁଣାଇଥିଲେ।
ବୁମରା ଆମକୁ ନେଟ୍ସରେ ବି ଛାଡ଼ନ୍ତି ନାହିଁ: କୋହଲି
/sambad/media/post_attachments/wp-content/uploads/2019/09/jasprit-bumrah.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)