ବିସିସିଆଇର ଉତ୍ତରକୁ ଅପେକ୍ଷା: ଭାରତ ପାଖରୁ ଦିବା-ରାତ୍ର ଟେଷ୍ଟ ଚାହୁଁଛି ଅଷ୍ଟ୍ରେଲିଆ

ସିଡନୀ: କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ବୋର୍ଡର-ଗାଭାସ୍କର ଟ୍ରଫି ପାଇଁ ଖେଳାଯିବାକୁ ଥିବା ୪ଟି ଟେଷ୍ଟ ମ୍ୟାଚ୍‌ ଦିବା-ରାତ୍ର ମ୍ୟାଚ୍‌ (ଡିସେମ୍ବର ୬ରୁ ୧୦) କରିବାକୁ ଚାହୁଁଛି। ଅଷ୍ଟ୍ରେଲିଆ ଏଥି ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)କୁ ପ୍ରସ୍ତାବ ଦେଇ ଏହାର ଉତ୍ତରକୁ ଅପେକ୍ଷା କରିଛି।

କ୍ରିକେଟ୍‌ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେମ୍ସ ସଦରଲ୍ୟାଣ୍ଡ ଅଷ୍ଟ୍ରେଲିଆର ଅନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ଜାରି କରିବାକୁ ଯାଇ ବୋର୍ଡ ଏଡିଲେଡରେ ଦିବା-ରାତ୍ର ମ୍ୟାଚ୍‌ ଖେଳିବା ପାଇଁ ବିସିସିଆଇ ସହିତ ଆଲୋଚନା କରୁଛି।

ସଦରଲ୍ୟାଣ୍ଡ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି, ଆଡିଲେଡରେ ଦିବା-ରାତ୍ର ମ୍ୟାଚ୍‌ ଖେଳିବା ଆମର ପ୍ରାଥମିକତା ରହିଛି। ଏଥିପାଇଁ ଆମେ ଏହାରି ଉପରେ କାମ କରୁଛୁ। ଆଶା କରୁଛୁ ଯେ, ଆଗାମୀ ସପ୍ତାହ ମଧ୍ୟରେ ଆମକୁ ଉତ୍ତର ମିଳିଯିବ।

ଭାରତ ଏପର୍ଯ୍ୟନ୍ତ ଦିବା-ରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳି ନାହିଁ କିନ୍ତୁ ଅନୁମାନ କରାଯାଉଛି ଯେ, ଚଳିତ ବର୍ଷ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିବା-ରାତ୍ର ମ୍ୟାଚ୍‌ ଖେଳିପାରେ। ଆଡିଲେଡରେ ଗତ ତିନି ବର୍ଷ ଭିତରେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ଇଂଲଣ୍ଡ ଦିବା-ରାତ୍ର ମ୍ୟାଚ୍‌ ଖେଳିଛି।

ଅଷ୍ଟ୍ରେଲିଆ ଗସ୍ତରେ ଭାରତର ଖେଳସୂଚୀ

ଟି-୨୦: ନଭେମ୍ବର ୨୧ରୁ ୨୫ ମଧ୍ୟରେ ୩ଟି ମ୍ୟାଚ୍‌
ଟେଷ୍ଟ: ଆଡିଲେଡ୍‌ରେ ଡିସେମ୍ବର ୬ରୁ ୧୦, ପର୍ଥରେ ଡିସେମ୍ବର ୧୪ରୁ ୧୮, ମେଲବୋର୍ଣ୍ଣରେ ଡିସେମ୍ବର ୨୬ରୁ ୩୦, ସିଡ଼ନୀରେ ୨୦୧୯ ଜାନୁଆରୀ ୩ରୁ ୭
ଦିନିକିଆ: ଜାନୁଆରି ୧୨ରୁ ୧୮ ମଧ୍ୟରେ ୩ଟି ମ୍ୟାଚ୍‌

ସମ୍ବନ୍ଧିତ ଖବର