ମୁମ୍ବାଇ: ଆଇପିଏଲ୍-୧୧ର ଲିଗ୍ ପର୍ଯର୍୍ୟାୟ ଶେଷ ହୋଇଛି। ପଏଣ୍ଟ୍ ତାଲିକାର ଶୀର୍ଷ ୪ରେ ରହି ସନ୍ରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପରକିଙ୍ଗ୍ସ, କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଲିଗ୍ ପର୍ଯ୍ୟାୟର ସର୍ବାଧିକ ରନ୍ ସଂଗ୍ରହକାରୀ ଋଷବ ପନ୍ତ ଏବଂ ସର୍ବାଧିକ ଓ୍ଵିକେଟ୍ ଦଖଲକାରୀ ଆଣ୍ଡ୍ରିଉ ଟାଇ ନିଜ ନିଜ ଦଳ ସହ ବିଦାୟ ନେଇଛନ୍ତି। ପନ୍ତଙ୍କ ଦଳ ଦିଲ୍ଲୀ ଡେୟାର ଡେଭିଲ୍ସ ଓ ଟାଇଙ୍କ ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବ ଯଥାକ୍ରମେ ଅଷ୍ଟମ (ସବାଶେଷ) ଏବଂ ସପ୍ତମ ସ୍ଥାନରେ ନିଜ ଅଭିଯାନ ଶେଷ କରିଛନ୍ତି। ପ୍ରତିଯୋଗିତାରେ ଆହୁରି ଚାରିଟି ମ୍ୟାଚ୍ ଖେଳା ଯିବାକୁ ଥିବାରୁ ୬୮୪ ରନ୍ କରିଥିବା ପନ୍ତଙ୍କଠାରୁ ଦ୍ୱିତୀୟ ସ୍ଥାନରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ଓ୍ଵିଲିୟମସନ୍ (୬୬୧) କମଳା ଟୋପି ଛଡ଼ାଇ ନେବାର ଯଥେଷ୍ଟ ସମ୍ଭାବନା ରହିଛି।
କାରଣ ପନ୍ତଙ୍କଠାରୁ ଓ୍ଵିଲିୟମସନ୍ ସଂପ୍ରତି ମାତ୍ର ୨୩ ରନ୍ ପଛରେ ରହିଛନ୍ତି। ହେଲେ ବାଇଗଣୀ ଟୋପି ପାଇଁ ଟାଇଙ୍କୁ କାଟିବା ସହଜ ହେବନି। କାରଣ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ତାଲିକାର ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଥିବା ଉମେଶ ଯାଦବ (୨୦), ଟ୍ରେଣ୍ଟ ବୋଲ୍ଟ (୧୮), ହାର୍ଦିକ ପାଣ୍ଡ୍ୟା (୧୮) ଓ ଯସପ୍ରୀତ ବୁମରା (୧୭) ସମସ୍ତେ ନିଜ ନିଜ ଦଳ ସହ ବିଦାୟ ନେଇ ସାରିଛନ୍ତି। ପ୍ଲେ ଅଫକୁ ଯାଇଥିବା ଦଳ ମଧ୍ୟରେ କୋଲକାତାର ସୁନୀଲ ନରିନ ଓ ହାଇଦ୍ରାବାଦର ରସିଦ ଖାନ୍ ସର୍ବାଧିକ ୧୬ ଓ୍ଵିକେଟ୍ ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରି ସୁଦୂର ସପ୍ତମ ଓ ଅଷ୍ଟମ ସ୍ଥାନରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/pant.jpg)