ବିଜେତା ବାଛୁଥିବା ବିଲେଇର ମୃତ୍ୟୁ

0 137

ବେଜିଂ: ବିଶ୍ୱକପର ୧୦ ମ୍ୟାଚ୍‌ ମଧ୍ୟରୁ ୭ଟିରେ ବିଜେତାଙ୍କ ନାମର ସଠିକ୍‌ ଭବିଷ୍ୟବାଣୀ କରିଥିବା ଚୀନର ଚର୍ଚିତ ବିଲେଇ ବାଇଦିଆନରର ହୃଦଘାତରେ ମୃତ୍ୟୁ ହୋଇ ଯାଇଛି। ଏହା ପରେ ଚୀନ ସାମାଜିକ ଗଣମାଧ୍ୟମରେ ଶୋକର ଛାୟା ଖେଳି ଯାଇଛି। ନାରଙ୍ଗୀ ରଙ୍ଗର ଏହି ବିଲେଇ ଆଗରେ ଦୁଇଟି ପାତ୍ରରେ ଖାଦ୍ୟ ରଖା ଯାଉଥିଲା। ଯାହା ପଛରେ ଦଳଗୁଡ଼ିକର ଜାତୀୟ ପତାକା ଥିଲା। ସେ ନିଜ ପସନ୍ଦର ପାତ୍ରରୁ ଖାଦ୍ୟ ଖାଇ ବିଜେତାଙ୍କ ନାଁର ଭବିଷ୍ୟବାଣୀ କରୁଥିଲା। ଭବିଷ୍ୟବାଣୀ ସତ ହେବା ପରେ ବାଇଦିଆନର ଚୀନରେ ବେଶ୍‌ ଲୋକପ୍ରିୟ ହୋଇ ଯାଇଥିଲା। କେନ୍ଦ୍ରୀୟ ବେଜିଂର ପ୍ୟାଲେସ୍‌ ସଂଗ୍ରହାଳୟ ଚୀନର ନିଜସ୍ୱ ସାମାଜିକ ଗଣମାଧ୍ୟମ ବାଇବୋରେ ବାଇଦିଆନର ଏକ ଆକାଉଣ୍ଟ ମଧ୍ୟ ଖୋଲି ଦେଇଥିଲା। ଏଥିରେ ତା’ର ବହୁ ଅନୁଗାମୀ ଥିଲେ। ନାଇଜେରିଆ ଏବଂ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍‌ରେ ବାଇଦିଆନର ଶେଷ ଥର ପାଇଁ ଭବିଷ୍ୟବାଣୀ କରିଥିଲା। ସେବେଠାରୁ ତା’ ଦେହ ଅସୁସ୍ଥ ହୋଇ ଯାଇଥିଲା। ସୋମବାର ବାଇଦିଆନର ଶେଷ ନିଶ୍ୱାସ ତ୍ୟାଗ କରିଥିଲା। ଏହି ଖବର ଜାଣିବା ପରେ ହଜାର ହଜାର ପ୍ରଶଂସକ ବାଇବୋରେ ଶୋକ ବାର୍ତା ପ୍ରକାଶ କରି ନିଜ ଦୁଃଖ ଜାହିର କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.