ସିବିଏସ୍‌ଇ କ୍ଲଷ୍ଟର୍‌-୨ ଟିଟି ଉଦ୍‌ଯାପିତ

ଚନ୍ଦ୍ରଶେଖରପୁର: ସିବିଏସ୍‌ଇ କ୍ଲଷ୍ଟର୍‌-୨ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା କିଟ୍‌ ବିଶ୍ୱବିଦ୍ୟାଳୟ ଇନ୍‌ଡୋର୍‌ ହଲ୍‌ରେ ଉଦ୍‌ଯାପିତ ହୋଇଯାଇଛି। ବାଳକ ବର୍ଗରେ ଟେକ୍ନୋଇଣ୍ଡିଆ ଗ୍ରୁପ୍‌ ପବ୍ଲିକ୍‌ ସ୍କୁଲ୍‌ ସିଲିଗୁଡ଼ି ଓ ବାଳିକା ବର୍ଗରେ ସାଉଥ୍‌ପଏଣ୍ଟ୍‌ ହାଇସ୍କୁଲ୍‌ ପଶ୍ଚମିବଙ୍ଗ ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ଓଡିଏମ୍‌ ସ୍କୁଲ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ କିଟ୍‌ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଏମ୍‌ ସ୍କୁଲ୍‌ ପରିଚାଳନା ସମିତିର ସଭାପତି ଡ. ପି କେ ଦାସ ଏବଂ ଏଆଇଏମ୍‌ଏସ୍‌ର ନିର୍ଦ୍ଦେଶକ ପ୍ରଫେସର ଆଲୋକ ଦାସ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସୂଚନଯୋଗ୍ୟଯେ ପଟିଆସ୍ଥିତ ଓଡିଏମ୍‌ ସ୍କୁଲ୍‌ ପରିସରରେ ଶନିବାର ଉଦ୍‌ଘାଟିତ ଏହି ତିନିଦିନିଆ ପ୍ରତିଯୋଗିତାରେ ଓଡ଼ିଶା, ପଶ୍ଚମବଙ୍ଗ ଓ ଛତିଶଗଡ଼ର ୩୭ଟି ସ୍କୁଲ୍‌ରୁ ୨୦୦ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର