ସମ୍ବଲପୁର: ସମ୍ବଲପୁରରେ ଗୁରୁବାର ଉଦ୍ଯାପିତ ସିବିଏସ୍ଇ କ୍ଲଷ୍ଟର୍-୧ ଓ ୨ ଦୌଡ଼କୁଦରେ ୧୪ ବର୍ଷରୁ କମ ବାଳକ ବର୍ଗରେ ଡିପିଏସ୍ ରାଉରକେଲା, ବାଳିକାରେ ଏନ୍ଏଚ୍ ଗୋଏଲ୍ ଓ୍ଵାର୍ଲଡ ସ୍କୁଲ୍ ରାୟପୁର ଦଳଗତ ବିଜେତା ହୋଇଛନ୍ତି। ୧୭ ବର୍ଷରୁ କମ୍ ବାଳକ ବର୍ଗରେ ଡିପିଏସ୍ ଦୁର୍ଗ, ଛତିଶଗଡ଼ ବିଜେତା ଓ ବିକାଶ କନ୍ସେପ୍ଟ ସ୍କୁଲ୍ ଶାସନ ସମ୍ବଲପୁର ଉପବିଜେତା ହୋଇଛନ୍ତି। ବ୍ୟକ୍ତିଗତ ଭାବେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ଅଂଶିକା ରାଉତରାୟ ୧୪ ବର୍ଷରୁ କମ୍ ବାଳିକା ସଟ୍ପୁଟ୍ରେ ନୂଆ କୀର୍ତିମାନ (୧୦.୪୬ ମିଟର୍) ସହିତ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ତାଙ୍କ ରାଜ୍ୟ ସାଥୀ ଆର୍ପିତା ସାହୁ ରୌପ୍ୟ ପଦକ ପାଇଥିଲେ।