ସିବିଏସ୍‌ଇ ଟାଏକୋଣ୍ଡୋରେ ଆଦେଶ୍ରୀଙ୍କୁ କାଂସ୍ୟ

ଭୁବନେଶ୍ୱ: ଡିପିଏସ୍‌ କଳିଙ୍ଗ ଆନୁକୂଲ୍ୟରେ ସ୍ଥାନୀୟ ରେଳବାଇ ଇନ୍‌ଡୋର ଷ୍ଟାଡିୟମଠାରେ ଆୟୋଜିତ ହୋଇଥିବା ସର୍ବଭାରତୀୟ ସିବିଏସଇ ଟାଏକୋଣ୍ଡୋରେ ସେଣ୍ଟ ଜାଭିୟର ହାଇସ୍କୁଲ ଖଣ୍ଡଗିରିର ଆଦେଶ୍ରୀ ମିଶ୍ର କାଂସ୍ୟ ପଦକ ହାସଲ କରିଛନ୍ତି। ୪୫ କିଲୋଗ୍ରାମରୁ କମ୍‌ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଆଦେଶ୍ରୀ ନିଜ ବର୍ଗର ତୃତୀୟ ସ୍ଥାନରେ ରହି ଏହି ସଫଳତା ପାଇଛନ୍ତି। ବିଦ୍ୟାଳୟର ଅନ୍ୟଜଣେ ଛାତ୍ରୀ ପ୍ରିୟଙ୍କା ମହାପାତ୍ର ୫୫ କିଲୋଗ୍ରାମରୁ କମ୍‌ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ପଦକ ପର୍ଯ୍ୟାୟକୁ ଯାଇ ପାରି ନଥିଲେ। ଏହି ସଫଳତା ଲାଗି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଂଜିତା ମଲ୍ଲ ଏବଂ ପ୍ରବନ୍ଧକ ବିବେକ ଭୂୟାର ଆଦେଶ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର