ସିଲି ପଏଣ୍ଟ୍‌ : ଛେତ୍ରୀଙ୍କ ସହ ଫୁଟ୍‌ବଲ୍‌ ଖେଳିଲେ ଦ୍ରାବିଡ

ବେଙ୍ଗାଲୁରୁ : ନିକଟରେ ଅନୁଷ୍ଠିତ ହୋଇଥିବା ଏକ ପ୍ରଦର୍ଶନୀ ଫୁଟବଲ୍‌ ମ୍ୟାଚ୍‌ ଅବସରରେ ଭାରତୀୟ କ୍ରୀଡ଼ାର ଦୁଇ ମହାରଥୀ ରାହୁଲ ଦ୍ରାବିଡ ଏବଂ ସୁନୀଲ ଛେତ୍ରୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉଭୟ ଏଥିନେଇ ବେଶ୍‌ ଉତ୍ସାହିତ ଥିଲେ। ବିଶେଷ କରି ଛେତ୍ରୀଙ୍କ ଭଳି ଜଣେ ଶ୍ରେଷ୍ଠ ଫୁଟବଲ୍‌ ତାରକାଙ୍କ ସହ ଖେଳିବାକୁ ନେଇ ଦ୍ରାବିଡ ବେଶ୍‌ ଉତ୍ସାହିତ ଥିଲେ। ସଂପୃକ୍ତ ମ୍ୟାଚ୍‌ ତାଙ୍କୁ ପିଲାଦିନ ମନେ ପକାଇ ଦେଇଥିଲା ବୋଲି ଦ୍ରାବିଡ କହିଥିଲେ। ବେଙ୍ଗାଲୁରୁ ଫୁଟବଲ୍‌ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଦ୍ରାବିଡ ଛେତ୍ରୀଙ୍କ ଦଳ ବିପକ୍ଷରେ ଗୋଲ୍‌ ରକ୍ଷକ ଦାୟିତ୍ୱ ତୁଲାଇଥିଲେ। ଏହା ପରେ ସେଠାରେ ଉପସ୍ଥିତ ୨୦୦ ଛୋଟ ଛୋଟ ପିଲାଙ୍କୁ ସେ ଶାରୀରିକ ଏବଂ ମାନସିକ ଦକ୍ଷତାର ମହତ୍ୱ ବିଷୟରେ ବୁଝାଇଥିଲେ। ଦ୍ରାବିଡ କହିଥିଲେ ମୁଁ ପିଲାବେଳେ ଫୁଟବଲ୍‌ ଖେଳୁଥିଲି। ହେଲେ ୧୪-୧୫ ବର୍ଷ ହେଲା ବେଳକୁ କ୍ରିକେଟ୍‌ ଆଡ଼କୁ ଢଲିଥିଲି। ହେଲେ ମୁଁ ସବୁବେଳେ ଫିଫା ବିଶ୍ୱକପ୍‌ ଏବଂ ଚାମ୍ପିଅନ୍ସ ଲିଗ୍‌ ଦେଖିଥାଏ। ଦ୍ରାବିଡଙ୍କ ବିପକ୍ଷରେ ଗୋଲ୍‌ କରି ପାରିଥିବାରୁ ଏହି ଅବସରରେ କିଛି ପିଲାଙ୍କୁ ବୃତ୍ତି ବାଣ୍ଟିଥିବା ଛେତ୍ରୀ ବେଶ୍‌ ଆନନ୍ଦିତ ଥିଲେ। କୁନି କୁନି ପିଲା ଏବଂ ଦ୍ରାବିଡଙ୍କ ସହ ସମୟ କଟାଇ ମୋତେ ବେଶ୍‌ ଖୁସି ଲାଗୁଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର