ବିଶ୍ୱ ଚାମ୍ପିୟନ ହେବା ପରେ ବେଲଜିୟମ ଉତ୍ସବମୁଖର, ଆସନ୍ତା କାଲି ବ୍ରସେଲ୍ସଠାରେ ପାଳନ ହେବ ବିଜୟୋତ୍ସବ

ଭୁବନେଶ୍ୱର : ଗତକାଲି ବେଲଜିୟମ ହକି ଦଳ ନୂଆ ବିଶ୍ୱ ଚାମ୍ପିୟନ ହେବା ପରେ ବେଲଜିୟମରେ ଖୁସିର ଲହରୀ ଖେଳିଯାଇଛି । ଏହି ବିଜୟକୁ ପାଳନ କରିବା ପାଇଁ ଆସନ୍ତା କାଲି ମଧ୍ୟାହ୍ନ ସମୟରେ ବ୍ରସେଲ୍ସ ନଗରୀଠାରେ ଏକ ବିରାଟ ସମାରୋହର ଆୟୋଜନ କରାଯାଇଛି । ନିଜେ ବ୍ରସେଲ୍ସର ମେୟର ଫିଲିପ କ୍ଲୋଜ ଏହି ସୂଚନା ଦେଇଛନ୍ତି । ବ୍ରସେଲ୍ସର ଗ୍ରାଣ୍ଡ ପ୍ୟାଲେସଠାରେ ବିଜୟୀ ଦଳକୁ ସମ୍ବର୍ଦ୍ଧନା ଦିଆଯିବ । ଏହି ସମାରୋହରେ ହଜାର ହଜାର ଲୋକ ଏକତ୍ରିତ ହେବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ବେଲଜିୟମର ସବୁ ପ୍ରମୁଖ ଖବରକାଗଜର ପ୍ରଥମ ପୃଷ୍ଠାରେ ଏହି ଖବର ବଡ଼ ଆକାରରେ ପ୍ରକାଶ ପାଇଛି । ବେଲଜିୟମର ଲେକପ୍ରିୟ ଖବରକାଗଜ ଲା ଲିବ୍ର ବେଲଜିକ, ଗ୍ରେନଜେକୋ, ଡି ମରଜେନ, ଡି ଷ୍ଟାଣ୍ଡାର୍ଡ, ଲି ସଇର, ନ୍ୟୁ ୟୁରୋପ ଆଦିରେ ପ୍ରଥମ ପୃଷ୍ଠାର ପ୍ରଥମ ଖବରଭାବେ ଏହା ପ୍ରକାଶିତ ହୋଇଛି । ଗତକାଲି ଓଡ଼ିଶା ହକି ବିଶ୍ୱକପରେ ବେଲଜିୟମ ଦଳ ନେଦରଲାଣ୍ଡକୁ ପେନାଲଟି ସୁଟଆଉଟରେ ୩-୨ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା ।

ସମ୍ବନ୍ଧିତ ଖବର