ସେଞ୍ଚୁରିଅନ୍‌ ଟେଷ୍ଟ: ଦକ୍ଷିଣ ଆଫ୍ରିକା ୬/୨୬୯, ଅଶ୍ୱିନଙ୍କୁ ୩ ଓ୍ଵିକେଟ୍‌

ସେଞ୍ଚୁରିଅନ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୨ୟ ମୁକାବିଲା ସେଞ୍ଚୁରିଅନ୍‌ର ସୁପରସ୍ପୋଟ୍‌ର୍ସ ପାର୍କ ଷ୍ଟାଡିୟମରେ ଶନିବାର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ ହରାଇ ୨୬୯ ରନ୍‌ ସଂଗ୍ରହ କରିଛି।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଦକ୍ଷିଣ ଆଫ୍ରିକାର ୩ଟି ଓ୍ଵିକେଟ ନେଇଛନ୍ତି। ସେ ଡିନ ଏଲ୍‌ଗର(୩୧)ଙ୍କୁ ଆଉଟ୍‌ କରି ଭାରତ ପାଇଁ ପ୍ରଥମ ସଫଳତା ଆଣିଥିଲେ। ସେ ଏଲ୍‌ଗରଙ୍କୁ ମୁରଲି ବିଜୟଙ୍କ ହାତରେ କ୍ୟାଚ୍‌ କରାଇ ଥିଲେ। ଏହା ପରେ ଅଶ୍ଚିନ୍‌ ମଧ୍ୟ ଏଡେନ୍‌ ମାର୍କରମ(୯୪)ଙ୍କୁ ଶତକ ହାସଲ କରିବାକୁ ଦେଇ ନଥିଲେ। ଭାରତର ୩ୟ ଶିକାର ହୋଇଥିଲେ ଏ ବି ଡିଭିଲିୟର୍ସ(୨୦)। ଈଶାନ୍ତ ଶର୍ମାଙ୍କ ବଲରେ ବୋଲ୍ଡ ହୋଇ ଈଶାନ୍ତ ପାଭଲିୟନକୁ ଫେରିଥିଲେ।

ହାସିମ ଆମଲା(୮୨)ଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ରନ୍‌ ଆଉଟ୍‌ କରିଥିଲେ। ୫ମ ଓ୍ଵିକେଟରେ ଡି କକ୍‌(୦)କୁ ହରାଇ ଥିଲା ଦକ୍ଷିଣ ଆଫ୍ରିକା। ଅଶ୍ୱିନଙ୍କ ବଲ ଟିମ୍‌ ଇଣ୍ଡିଆର ଅଧିନାୟକଙ୍କୁ ବିରାଟ କୋହଲିଙ୍କୁ କ୍ୟାଚ ଦେଇଥିଲେ। ଭାରତର ୬ଷ୍ଠ ଶିକାର ହୋଇଥିଲେ ଭେରନ ଫିଲେଣ୍ଡର(୦)। ଫିଲିଣ୍ଡର ପାର୍ଥିବ ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ରନ୍‌ ଆଉଟ ହୋଇ ପାଭଲିୟନ ଫେରିଥିଲେ।

ଭାରତୀୟ ଟିମ୍‌ରେ ୩ଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି। ଶିଖର ଧାଓ୍ଵନ, ଋଦ୍ଧିମାନ ସାହା ଓ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଲୋକେଶ ରାହୁଲ, ପାର୍ଥିବ ପଟେଲ ଓ ଈଶାନ୍ତ ଶର୍ମାଙ୍କୁ ସ୍ଥାନ ମିଳିଛି।

ଭାରତୀୟ ଏକାଦଶରେ ଆଜିଙ୍କ୍ୟ ରାହାଣେଙ୍କୁ ସ୍ଥାନ ମିଳିଥିବା ବେଳେ ଆଫ୍ରିକା ଟିମ୍‌ରେ ଆଘାତ ପାଇଥିବା ଡେଲ ଷ୍ଟେନଙ୍କ ସ୍ଥାନରେ ଲୁଙ୍ଗି ନଗିଦିଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟରୁ ବଞ୍ଚିବାକୁ ହେଲେ ଭାରତକୁ ସେଞ୍ଚୁରିଅନ୍‌ ଟେଷ୍ଟରେ ବିଜୟୀ ହେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଗତ ଜାନୁଆରୀ ୫ରୁ ୯ ମଧ୍ୟରେ କେପ୍‌ଟାଉନ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭୨ ରନ୍‌ରେ ଭାରତକୁ ପରାସ୍ତ କରିଥିଲା। ବର୍ତମାନ ଶୃଙ୍ଖଳା ୧-୦ରେ ଅଛି।

ସମ୍ବନ୍ଧିତ ଖବର