ଚାଇନା ଓପନ୍‌: ବିଜୟରୁ ସିନ୍ଧୁଙ୍କ ଅଭିଯାନ

ଫୁଝୌ (ଚୀନ୍‌): ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଏଠାରେ ଚାଲିଥିବା ଚାଇନା ଓପନ୍‌ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ସେ ୨୧-୧୩, ୨୧-୧୯ ସିଧାସଳଖ ଗେମ୍‌ରେ ରୁଷିଆର ଇଜିନିଆ କୋସେତ୍‌ସ୍କାୟାଙ୍କୁ ହରାଇଥିଲେ। ୨୩ ବର୍ଷୀୟା ସିନ୍ଧୁ ଦ୍ବିତୀୟ ପର୍ଯ୍ୟାୟରେ ଥାଇଲାଣ୍ଡର ବୁସାନନ୍‌ ଓଙ୍ଗବାମ୍ରୁଙ୍ଗଫାନ୍‌ଙ୍କୁ‌ ଭେଟିବେ। ତେବେ ଭାରତୀୟ ମହିଳା ଯୁଗଳ ଯୋଡ଼ି ଅଶ୍ବିନୀ ‌ପୁନ୍ନାପ୍ପା ଓ ସିକ୍କି ରେଡ୍ଡୀ ଏବଂ ପୁରୁଷ ଯୁଗଳ ଯୋଡ଼ି ମନୁ ଅତ୍ରି ଓ ବି ସୁମିତ ରେଡ୍ଡୀ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଅଶ୍ବିନୀ-ସିକ୍କି ୧୯-୨୧, ୨୧-୧୫, ୧୭-୨୧ରେ ଜାପାନର ଶିହୋ ତାନାକା-କୋହାରୁ ୟୋନେମୋତୋଙ୍କଠୁ ଏବଂ ମନୁ-ସୁମିତ ୧୬-୨୧, ୨୫-୨୭ରେ ଇଣ୍ଡୋନେସିଆର କିମ୍‌ ଅସ୍ତ୍ରୁପ-ଆନ୍ଦ୍ରସ କାରୁପ ରାସମୁସିନଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର