ହକି: ଭାରତକୁ ହରାଇ ଚାମ୍ପିଅନ୍ସ ଟ୍ରଫିକୁ ଅଷ୍ଟ୍ରେଲିଆ ୧୫ ଥର କଲା କବଜା

ବେଦ୍ରା: ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମୁକାବିଲାରେ ୧୪ ଥର ଚାମ୍ପିଅନ ଅଷ୍ଟ୍ରେଲିଆ ରବିବାର ଭାରତୀୟ ପୁରୁଷ ହକି ଟିମ୍‌କୁ ୩-୧ରେ ପରାସ୍ତ କରି ପୁଣି ଥରେ ଚମ୍ପିଅନ ହୋଇଛି। ଏଥି ସହିତ ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ଟ୍ରଫିକୁ ୧୫ ଥର ପାଇଁ ଅକ୍ତିଆର କରିଛି। ଅଷ୍ଟ୍ରେଲିଆ ଭାରତକୁ ସୁଟ୍‌ଆଉଟ୍‌ରେ ୩-୧(୧-୧)ରେ ହରାଇ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟକୁ ନିଜର କରିଛି। ଅନ୍ୟପକ୍ଷରେ ଭାରତ ୨ୟ ଥର ଫାଇନାଲରେ ପ୍ରବେଶ କରି ବି ଚାମ୍ପିଅନ ହୋଇ ପାରି ନାହିଁ।

ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଉଭୟ ଟିମ୍‌ ୧-୧ରେ ସମାନ ସ୍ତରରେ ଥିଲେ। ମ୍ୟାଚର ପ୍ରଥମ ଗୋଲ ଅଷ୍ଟ୍ରେଲିଆ ପାଇଁ ଗୋବର୍ସ ୨୪ ମିନିଟରେ ଦେଇଥିଲେ। ସେହିଭଳି ଭାରତ ପକ୍ଷରୁ ବିବେକ ସାଗର ୪୨ ମିନିଟରେ ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲେ। ପୂର୍ବରୁ ଭାରତ ୨୦୧୬ରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଥିଲା। ସେହି ସମୟରେ ମଧ୍ୟ ଅଷ୍ଟ୍ରେଲିଆ ଠାରୁ ଭାରତ ପରାସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର