ଅଭ୍ୟାସ ଦେଖିବାର ସୁଯୋଗ

ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବାକୁ ଆସୁଥିବା ଭାରତ ଓ ଶ୍ରୀଲଙ୍କା ଦଳ ସୋମବାର ଭୁବନେଶ୍ୱରରରେ ପହଞ୍ଚିସାରିଛନ୍ତି। ମ୍ୟାଚ୍‌ ପୂର୍ବରୁ ମଙ୍ଗଳବାର ଉଭୟ ଦଳର ଖେଳାଳିମାନେ ଅଭ୍ୟାସ କରିବେ। ସେଥିପାଇଁ ଷ୍ଟାଡିୟମକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯିବ। ତେବେ ଅଭ୍ୟାସ ଦେଖିବାକୁ ସାଧାରଣ ଦର୍ଶକଙ୍କ ପାଇଁ କେବଳ ୬ ନମ୍ବର ଗ୍ୟାଲେରୀକୁ ଖୋଲାଯିବାକୁ ସ୍ଥିର ହୋଇଛି। ଦିନ ୯ରୁ ୧୨ଟା ପର୍ଯ୍ୟନ୍ତ ଶ୍ରୀଲଙ୍କା ପ୍ରଥମେ ଅଭ୍ୟାସ କରିବ ଏବଂ ଦିନ ୨ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭାରତୀୟ ଦଳ ଅଭ୍ୟାସ କରିବେ। ଖେଳାଳିମାନଙ୍କ ଅଭ୍ୟାସରେ ଯେପରି କୌଣସି ପ୍ରକାରର ବାଧା ସୃଷ୍ଟି ନହୁଏ ସେଥିପ୍ରତି ପୁଲିସ୍‌ ଓ ଷ୍ଟାଡିୟମ ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷା କର୍ମଚାରୀମାନେ ସଜାଗ୍‌ ରହିବେ ବୋଲି ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧିରେନ୍‌ ପଲେଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର