ଚାନ୍ଦିମାଳଙ୍କ ଆବେଦନ ଖାରଜ; ତୃତୀୟ ଟେଷ୍ଟରୁ ବାଦ୍‌

କଲମ୍ବୋ: ବଲ୍‌ ବିକୃତ ମାମଲାରେ ଗୋଟିଏ ଟେଷ୍ଟରୁ ନିଲମ୍ବିତ ହୋଇଥିବା ଶ୍ରୀଲଙ୍କା ଅଧିନାୟକ ଦୀନେଶ ଚାନ୍ଦିମାଳଙ୍କ ଆବେଦନକୁ ଆଇସିସି ଖାରଜ କରିଦେଇଛି। ମ୍ୟାଚ୍‌ ରେଫରି ଜଭଗଲ୍‌ ଶ୍ରୀନାଥଙ୍କ ଅଭିଯୋଗକ୍ରମେ ଚାନ୍ଦିମାଳଙ୍କୁ ନିଲମ୍ବନ କରାଯାଇଥିଲା ବେଳେ ସେ ଏହା ବିରୋଧରେ ଆବେଦନ କରିଥିଲେ। ଶୁକ୍ରବାର ପ୍ରାୟ ୪ ଘଣ୍ଟା ଧରି ଶୁଣାଣି ପରେ ଆଇସିସି ନିଯୁକ୍ତ ବିଚାରବିଭାଗୀୟ କମିଶନର ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ଚାନ୍ଦିମାଳ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ଏହି ଦିବାରାତ୍ର ଟେଷ୍ଟ ବାର୍ବାଡସ୍‌ରେ ଖେଳାଯିବ। ତେଣୁ ଚାନ୍ଦିମାଳଙ୍କ ଅନୁପସ୍ଥିତିରେ ସୁରଙ୍ଗା ଲାକ୍‌ମଲ୍‌ ପିଙ୍କ୍‌ ବଲ୍‌ ଟେଷ୍ଟରେ ସିଂହଳୀ ଦଳର ନେତୃତ୍ୱ ନେବେ ବୋଲି ଶ୍ରୀଲଙ୍କା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ତେବେ ତୃତୀୟ ଟେଷ୍ଟରେ ଚନ୍ଦିକା ହାତୁରାସିଂଘେ ଏବଂ ଅସାଙ୍କ ଗୁରୁସିହ୍ନା ଯଥାକ୍ରମେ ପ୍ରଶିକ୍ଷକ ଓ ପ୍ରବନ୍ଧକ ଦାୟିତ୍ୱ ତୁଲାଇ ବୋଲି ଆଇସିସି ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର