ଛତିଶଗଡ଼ ଫରେଷ୍ଟ ଫାଇନାଲରେ

ଓ୍ଵାଇଏମ୍‌ସି କପ୍‌ କ୍ରିକେଟ୍‌

ନୂଆପଡ଼ା: ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ୟୁଥମାସ କ୍ଲବ ଦ୍ୱାରା ଆୟୋଜିତ ୨୬ତମ ଓ୍ଵାଇଏମ୍‌ସି କପ୍‌ କ୍ରିକେଟ ପ୍ରତିଯୋଗିତାର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ଛତିଶଗଡ଼ ଫରେଷ୍ଟ ଦଳ ଭିଲାଇ ଆର୍‌.ଏସ୍‌. ସ୍ପୋର୍ଟିଂକୁ ୮ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଛତିଶଗଡ଼ ଫରେଷ୍ଟ ଦଳ ଟସ ଜିଣି ଭିଲାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭିଲାଇ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ନିୟମିତ ବ୍ୟବଧାନରେ ୱିକେଟ ପଡ଼ିଥିଲା। ୨୬ ଓଭର ୩ ବଲରେ ସମସ୍ତ ୱିକେଟ ହରାଇ ୧୨୯ ରନ୍‌ ସଂଗ୍ରହ କରିଥିଲା। ଫରେଷ୍ଟ ଦଳର ଅଭିଷେକ ତମ୍ରାକର ୪.୩ ଓଭର ବୋଲିଂ କରି ୧୮ ରନ ବିନିମୟରେ ୪ ୱିକେଟ ଅକ୍ତିଆର କରିଥିଲେ। ପ୍ରଦ୍ୱପ ସିଂହଙ୍କୁ ୨ଟି ଓ ମନୋଜ କଶ୍ୟପ, ମନୋଜ ସିଂହ, ଅମ୍ରିତ ପାଲସିଂହ ଓ କରନଦୀପ ସିଂହଙ୍କୁ ୧ଟି ଲେଖାଁଏ ୱିକେଟ ମିଲିଥିଲା। ଜବାବରେ ଛତିଶଗଡ଼ ଫରେଷ୍ଟ ଦଳର ପ୍ରାରମ୍ଭିକ ୱିକେଟ ପତନ ପରେ ଛବି ଜଳଛେତ୍ରୀ ଓ ଶେଖର ଖୁଟେଙ୍କ ୧୧୨ ରନର ମହତ୍ୱପୂର୍ଣ୍ଣ ଭାଗିଦାରୀ ମାଧ୍ୟମରେ ଫରେଷ୍ଟ ଦଳ ୨ ଓି୍ଵକିଟେ ବିନିମୟରେ ୧୩୨ ରନ ସଂଗ୍ରହ କରି ଫାଇନାଲରେ ପ୍ରବେଶ କରିଛି। ଛବି ଜଳଛେତ୍ରୀ ୭୬ ରନ ଓ ଶେଖର ଖୁଟେ ୩୮ ରନ ସଂଗ୍ରହ କରିଥିଲେ। ଆଜିର ମ୍ୟାଚକୁ ଏସଡିପିଓ ବିଦ୍ୟୁତ ପଣ୍ଡା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ବଲାଙ୍ଗୀର ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, ଠିକାଦାର ସଞ୍ଜୟ ପୁରୋହିତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥଲେ।

ଓଡ଼ିଶା କ୍ରିକେଟ ଏସୋସିଏସନ ଉପସଭାପତି ସରୋଜ ସାହୁ ଛତିଶଗଡ଼ ଫରେଷ୍ଟ ଦଳର ଛବି ଜଳଛେତ୍ରୀଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଦର୍ଶକମାନଙ୍କ ମଧ୍ୟରୁ ଆଦିତ୍ୟ ପ୍ରଧାନଙ୍କୁ କ୍ଲବର ସଭାପତି ବାପୀ ଦାସ ବିଜେତା କୈାନ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚକୁ ଓସିଏ ପ୍ୟାନେଲ ଅମ୍ପାୟାର ଓି୍ଵଲସନ ସିଂହ ଓ ଅମିୟ ସାହୁ ପରିଚାଳନା କରିଥିଲେ। ସ୍କୋରର ଦାୟିତ୍ୱରେ ଥିଲେ ଶୈଳେଶ ଶତପଥୀ। ଧାରା ବିବରଣୀ ପ୍ରଦାନ କରିଥିଲେ ଜୟ କିଶନ ସୁନାନୀ, କାର୍ତ୍ତିକ ନିଆଲ ଏବଂ ମଞ୍ଚ ପରିଚାଳନା କରିଥିଲେ ସୀମାଞ୍ଚଳ ମାହାପାତ୍ର। କ୍ଲବ ସଂପାଦକ ତପନ ବଗର୍ତ୍ତି, ସୁଧୀର ମିଶ୍ର, ଜାଭେଦ ଖାନ, ଟିପୁ ଖାନ, ଜାନୁ ମିଶ୍ର, ବାଲେଶ୍ୱର ମାଝୀ, ସାଗର ହଂସ, ଜନି, ଜିତୁ ହୋତା, ଆକାଶ ପ୍ରଧାନ, ଧନୀ ନାଗ, ନଟରାଜ ବହିଦାର, ପ୍ରକାଶ ଠାକୁର, ରାଜକିରଣ ସିଂହଦେଓ, ରଞ୍ଜିତ ସୁନା, ମୁକେଶ ସହିଶ ସହଯୋଗ କରିଥିଲେ। ରବିବାର ୧୪ ତାରିଖ ଫାଇନାଲ ମ୍ୟାଚରେ ଅଭାର ଟାଇଗର ସମ୍ବଲପୁର, ଛତିଶଗଡ଼ ଫରେଷ୍ଟ ଦଳକୁ ଭେଟିବ।

ସମ୍ବନ୍ଧିତ ଖବର