ଚେନ୍ନାଇନର ଲଗାତାର ପରାଜୟ

ଚେନ୍ନାଇ: ଚଳିତ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସଏଲ୍)ରେ ଶନିବାର ଗତ ସଂସ୍କରଣର ବିଜେତା ଚେନ୍ନାଇନକୁ ଗୋଆ ଏଫ୍‌ସି ୩-୧ ଗୋଲ୍‌ରେ ପରାସ୍ତ କରିଛି। ଫଳରେ ଚେନ୍ନାଇନ୍ ଳଗାତାର ଦ୍ବିତୀୟ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଗୋଆ ଚଳିତ ଋତୁରେ ପ୍ରଥମ ବିଜୟ ପାଇଛି। ଗୋଆ ପକ୍ଷରୁ ଇଦୁ ବେଦିଆ (୧୨ ମିନିଟ୍), ଫେରାନ କୋରୋମିନାସ (୫୩ ମିନିଟ୍‌) ଓ ମୋର୍ତାଦା ଫାଲ୍ (୮୦ ମିନିଟ୍) ଦେଇଥିଲେ। ଚେନ୍ନାଇନର ଏକମାତ୍ର ଗୋଲ୍ ଦ୍ବିତୀୟାର୍ଧର ଆହତ ସମୟରେ ଏଲି ସୋବିୟା ଦେଇଥିଲେ।

ସମ୍ବନ୍ଧିତ ଖବର