ଚେନ୍ନାଇ ମ୍ୟାଚ୍‌ କଷ୍ଟକର, ତଥାପି ଲଢ଼ିବୁ

ଏବି ଡି’ଭିଲିୟର୍ସ

ଶନିବାର ବେଙ୍ଗାଲୁୁରୁରେ ଦିଲ୍ଲୀ ଡେୟାର୍‌ଡେଭିଲ୍‌ସ ବିପକ୍ଷ ଆର୍‌ସିବିର ବିଜୟକୁ ମୁଁ ଅତିରଞ୍ଜିତ କରୁନାହିଁ। ଘରୋଇ ମାଟିରେ ଆମେ ଆଉ ଏକ ପରାଜୟ ବରଣ କରିବାକୁ ଚାହୁଁ ନ ଥିଲୁ। ଏପରିକି ୫ ମ୍ୟାଚ୍‌ରୁ ୪ ହାରି ପଏଣ୍ଟ ଟେବୁଲ୍‌ରେ ତଳକୁ ଖସିିଯିବା ସ୍ଥିତିରେ ଥିଲୁ। ଆର୍‌ସିବି ଦୁର୍ବଳ ପ୍ରଦର୍ଶନ କରୁଛି ଏବଂ ଦକ୍ଷତା ମୁତାବକ ପ୍ରଦର୍ଶନ କରୁନାହିଁ ବୋଲି କ୍ରିକେଟ୍‌ ପଣ୍ଡିତଙ୍କ କଥା ବି ଶୁଣିବାକୁ ଚାହୁଁନଥିଲୁ। ଆମେ ଯଦି ୧୭୫ ରନ୍‌କୁ ପଶ୍ଚାତଧାବନ କରିପାରି ନଥାନ୍ତୁ ଏବଂ ପଏଣ୍ଟ ଟେବୁଲ୍‌ରେ ଉପରକୁ ଉଠିନଥାନ୍ତୁ, ତେବେ ଦଳ ଭିତରେ ଥିବା ସବୁ ସକରାତ୍ମକ ଶକ୍ତି, ଉଚ୍ଚ ଆଶା ଏବଂ ବାସ୍ତବ ଉତ୍ସାହ ଉଭେଇଯାଇଥାନ୍ତା।

ଆମେ ଏବେ ପ୍ରତିଯୋଗିତାର ପ୍ରାରମ୍ଭିକ ଭାଗରେ ଥିଲେ ମଧ୍ୟ ଉଚ୍ଚ ଆଶାରେ ରହିଛୁ। ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ର ପୂର୍ବ ସଂଧ୍ୟାରେ ଆମ ପ୍ରଶିକ୍ଷକ ଡାନ୍‌ ଭିଟୋରି ଏକ ପ୍ରସ୍ତାବ ଦେଇଥିଲେ। ୨୦୦୪ ମସିହାର ଆମେରିକାନ ଲିଗ୍‌ ଚାମ୍ପିଅନ୍‌ସିପ୍‌ ସିରିଜ୍‌ ଉପରେ ପ୍ରସ୍ତୁତ ବିଖ୍ୟାତ ଚଳଚ୍ଚିତ୍ର ଦେଖାଇଥିଲେ। ଯେଉଁଥିରେ ବଷ୍ଟନ୍‌ ରେଡ୍‌ ଫକ୍ସ ୦-୩ରେ ପଛରେ ପଡ଼ିଯିବା ପରେ କିଭଳି ନ୍ୟୁୟର୍କ ୟାଙ୍କିିଜ୍‌କୁ ୪-୩ରେ ପରାସ୍ତ କରିଥିଲା। ରେଡ୍‌ ଫକ୍ସ ଗୋଟିଏ ମାତ୍ର ମନ୍ତ୍ର ଆଣପାଇଥିଲା ‘କେବଳ ଗୋଟିଏ ବିଜୟ ଦିଅ ନାହିଁ’। ଖେଳାଳିମାନେ ପରସ୍ପର ସହ ଏହାକୁ ସ୍ଲୋଗାନ୍‌ ଭଳି ବ୍ୟବହାର କରିଥିଲେ। କାରଣ ଗୋଟିଏ ବିଜୟ ଦଳ ଭିତରେ ଆତ୍ମବିଶ୍ୱାସ ଭରି ଦେବ। ନିଜ ଦକ୍ଷତା ଉପରେ ବିଶ୍ୱାସ ରଖି ଗାଡ଼ିର ଗିୟର୍‌କୁ ଖସିଯିବାକୁ ନ ଦେଇ ଲୟକୁ ଜାଗ୍ରତ କରିବାର ଥିଲା। ହଠାତ୍‌ ତାହା ହିଁ ହେଲା। ଏ ଦଳ ଆଉ ମ୍ୟାଚ୍‌ ଜିତିପାରିବନି ଲାଗୁଥିବାବେଳେ ଏବେ ଆଉ ହାରିବ ନାହିଁର ବିଶ୍ୱାସକୁ ପରିବର୍ତିତ ହୋଇଛି। ଭିଟୋରିଙ୍କ ଏହା ଥିଲା ପ୍ରେରଣାଦାୟୀ ପରାମର୍ଶ। ଆମେ ସମସ୍ତେ ଦେଖିଥିଲୁ। ରଙ୍ଗହୀନ ପାଲଟିଯାଇଥିବା ଖେଳାଳି କ୍ରମେ ଚମତ୍କାର ପ୍ରତ୍ୟାବର୍ତନ କଲେ। ଆମେ ଦିଲ୍ଲୀକୁ ୧୫ ଓଭର ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରଖିଥିଲୁ। ପୁଣି ଥରେ ଶେଷ ୫ ଓଭରରେ ଅତ୍ୟଧିକ ରନ୍‌ ବ୍ୟୟ କରିଦେଲୁ। ମଧ୍ୟାନ୍ତରରେ ଆମ ସମ୍ଭବତଃ ଅଣ୍ଡରଡଗ୍‌ ଥିଲୁ। ବିରାଟ କୋହଲି ପୁଣି ଥରେ ଭଲ ବ୍ୟାଟିଂ କଲେ ଏବଂ ମୁଁ ଭଲ ଅବଦାନ ଦେବାରୁ ପଶ୍ଚାତଧାବନରେ ସଫଳ ହେଲୁ।। ପାଳି ସାରା ସେହି ଗୋଟିଏ ମନ୍ତ୍ର ‘କେବଳ ଗୋଟିଏ ବିଜୟ ଦିଅ ନାହିଁ’ ମୋତେ ଆଚ୍ଛାଦିତ କରି ରଖିଥିଲା। ଏହା ପରେ ଦଳ କ’ଣ କରିପାରିବ ଦେଖିବାର ଥିଲା। ମୁଁ ଏବେ ଦାବି କରୁନାହିଁ ଯେ, ଆର୍‌ସିବି ଏଥର ଆଇପିଏଲ୍‌ ଜିତିଯିବ। ବୁଧବାରର ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ ଆମ ପାଇଁ କଷ୍ଟକର ହେବ, କିନ୍ତୁ ଆମେ ଲଢ଼େଇ କରିବୁ (ଟିସିଏମ୍‌)

ସମ୍ବନ୍ଧିତ ଖବର