ଚେନ୍ନାଇ ସୁପର କିଙ୍ଗସ ଠାରୁ ୬୪ ରନରେ ହାରିଲା ରାଜସ୍ଥାନ ରୟାଲ୍ସ

ପୁନେ -ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ଆଇପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସକୁ ଶୋଚନୀୟଭାବେ ୬୪ ରନରେ ପରାସ୍ତ କରିଛି । ଚେନ୍ନାଇ ସୁପର କିଙ୍ଗସ ଦ୍ବାରା ଧାର୍ଯ୍ୟ ବିଶାଳ ୨୦୫ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ମାତ୍ର ୧୪୦ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ ୪୫ ରନ ଓ ଜସ ବଟଲର ୨୨ ରନ କରିଥିଲେ । ଏହି ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ ।

ଏହା ପୂର୍ବରୁ ପ୍ରଥମ ଇନିଙ୍ଗସରେ ଚେନ୍ନାଇ ସୁପରକିଙ୍ଗସ ସେନ ୱାଟସନଙ୍କ ଶତକ ବଳରେ ୨୦୫ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଏହି ଇନିଙ୍ଗସର ମୁଖ୍ୟ ଆକର୍ଷଣ ଥିଲା ସେନୱାଟସନଙ୍କ ବିସ୍ପୋରକ ଶତକ । ୱାଟସନଙ୍କ ୫୭ ବଲରେ ୧୦୬ ରନ ବଳରେ ଚେନ୍ନାଇ ସୁପରକିଙ୍ଗସ ୫ ଓ୍ବିକେଟ ହରାଇ ଏହି ୨୦୪ ରନ ସ୍କୋର କରିଥିଲା ।

ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଚେତ୍ତାଇ ସୁପରକିଙ୍ଗସ ତରଫରୁ ସେନ ଓ୍ବାଟସନ ଓ ଅମ୍ବାତି ରାୟଡୁ ଓପନିଂ କରିବାକୁ ଆସି ଆରମ୍ଭରୁ ‘ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ ବିଶେଷକରି ସେନ ଓାଟସନ ମୂଳରୁ ହିଁ ବିସ୍ପୋରକ ବ୍ୟାଟିଂ କରିଥିଲେ । ସେ ୬ଟି ଛକା ଓ ୯ଟି ଚୌକା ବଳରେ ୧୦୬ ରନ କରିଥିଲେ । ତେବେ ୪.୩ ଓଭରରେ ଅନ୍ୟତମ ଓପନର ରାୟଡୁ ୮ ଟି ବଲରେ ୧୨ ରନ କରି ଆଉଟ ହୋଇଥିଲେ । ସେ ଲଗଲିନଙ୍କ ବଲରେ ବଟଲଙ୍କ ହାତରେ ଧରାପଡିଥିଲେ । ରାୟଡୁ ଆଉଟ ହେବାପରେ ସୁରେଶ ରାଇନା ବ୍ୟାଟିଂ କରିବାକୁ ଆସି ୨୯ ବଲରେ ୪୬ ରନ ସଂଗ୍ରହ କରି ସ୍ରେୟାସ ଗୋପାଲଙ୍କ ବଲରେ ଆଉଟ ହୋଇଥିଲେ । ଶେଷ ବେଳକୁ ଡ୍ାଇନ ବ୍ରାଭୋ ଆସି ୧୬ ବଲରେ ୨୪ ରନ ସଂଗ୍ରହ କରିଥିଲେ । ରାଜସ୍ଥାନ ତରଫରୁ ଶ୍ରେୟାସ ଗୋପାଲ ୪ ଓଭରରେ ୨୦ ରନ ଦେଇ ୩ଟି ଓ୍ବିକେଟ ସଂଗ୍ରହ କରିଥିଲେ । ସେହିପରି ବେନ ଲଗଲିନ ୩୮ ରନ ଦେଇ ୨ ଓ୍ବିକେଟ ସଂଗ୍ରହ କରିଥିଲେ ।

ସମ୍ବନ୍ଧିତ ଖବର