ଆଇପିଏଲ୍‌ ୧୨: ରାଜସ୍ଥାନ ରୟାଲସ୍‌ ୮ ରନ୍‌ରେ ହରାଇଲା ଚେନ୍ନାଇ ସୁପରକିଙ୍ଗସ୍‌

ଚେନ୍ନାଇ: ଆଇପିଏଲ୍‌ ସିଜିନ୍‌-୧୨ର ଦ୍ୱାଦଶ ମ୍ୟାଚ୍‌ରେ ରାଜସ୍ଥାନ ରୟାଲସ୍‌ ୮ ରନ୍‌ରେ ହରାଇଛି ଚେନ୍ନାଇ ସୁପରକିଙ୍ଗସ୍‌। ଚଳିତ ସିଜିନ୍‌ରେ ଏହି ବିଜୟ ସହ ଚେନ୍ନାଇ ୬ ଅଙ୍କ ସଂଗ୍ରହ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଚେନ୍ନାଇ ପକ୍ଷରୁ ଇମରାନ୍‌ ତାହିର, ଦିପକ ଚାହର ଓ ଶାର୍ଦ୍ଦୁଲ ଠାକୁର ୨-୨ ଟି ଓ୍ଵିକେଟ ନେଇଥିବା ବେଳେ ବ୍ରାଭୋ ଶେଷ ଓଭରରେ ୨ଟି ଓ୍ଵିକେଟ ନେଇ ଚେନ୍ନାଇକୁ ଦମ୍‌ଦାର ବିଜୟୀ ଦେଇଥିଲେ । ରାଜସ୍ଥାନ ୨୦ ଓଭରେ ୦୮ ଓ୍ଵିକେଟ ହରାଇ ୧୬୭ ରନ୍‌ ସଂଗ୍ରହ କରିଛି ।

ରାଜସ୍ଥାନ ରୟାଲସ୍‌ ୧୭୬ ରନ୍‌ ଟାର୍ଗେଟ ନେଇ ଦ୍ୱିିତୀୟ ଇନିଂସ ବ୍ୟାଟିଂ କରିଥିଲା। ଦଳ ୩.୧ ଓଭରରେ ସ୍କୋର ୧୪ ରନ୍‌ରେ ୩ଟି ଓ୍ଵିକେଟ ହରାଇଥିଲା। ଆଜିଙ୍କ୍ୟ ରାହାଣେ ଖାତା ନଖୋଲି ଆଉଟ୍‌ ହୋଇଥିଲେ। ଜୋସ୍‌ ବଟ୍‌ଲର ମାତ୍ର ୬ ରନ୍‌ କରି ଶାର୍ଦ୍ଦୁଲ ଠାକୁରଙ୍କ ବଲ ବ୍ରାଭୋଙ୍କୁ ଦେଇଥିଲେ। ସ୍କୋର ୧୪ ରନ୍‌ରେ ବଟଲର୍‌ ଏବଂ ସଂଜୁ ସାମସନ୍‌ (୮ ରନ୍‌) ଆଉଟ୍‌ ହୋଇଥିଲେ। ଦଶ ଓଭର ପରିସମାପ୍ତି ପରେ ରାଜସ୍ଥାନ ୪ଟି ଓ୍ଵିକେଟ ହରାଇ ୭୫ ରନ୍‌ କରିଥିଲା।

ପ୍ରଥମ ଇନିଂସରେ ମହେନ୍ଦ୍ର ସିଂହ ଧୋନିଙ୍କ ଅପରାଜିତ ଅର୍ଦ୍ଧଶତକ (୭୫ ରନ୍‌, ୪୬ ବଲ, ୪ ଚୌକା ଓ ୪ ଛକା) ବଳରେ ରାଜସ୍ଥାନ ରୋୟାଲସ୍‌କୁ ରବିବାର ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ୧୭୬ ରନ୍‌ ଟାର୍ଗେଟ ଦେଇଥିଲା। ଚେନ୍ନାଇସ୍ଥିତ ଏମ୍‌. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ରାଜସ୍ଥାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଚେନ୍ନାଇ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୭୫ ରନ୍‌ କରିବା ପରେ ରାଜସ୍ଥାନକୁ ୧୭୬ ରନ୍‌ ଟାର୍ଗେଟ ମିଳିଥିଲା। ରାଜସ୍ଥାନର ଜୋଫ୍ରା ଆର୍ଚ୍ଚର ୨ଟି ଓ୍ଵିକେଟ ନେଇଥିଲେ। ସେହିଭଳି ଧଓ୍ଵଲ କୁଲକର୍ଣ୍ଣି, ବେନ୍‌ ଷ୍ଟୋକ୍‌ ଓ ଜୟଦେବ ଉନାଦକଟ୍‌ ୧-୧ ଓ୍ଵିକେଟ୍‌ ନେଇଥିଲେ।

ଆଇପିଏଲ୍‌ର ଦ୍ୱାଦଶ ମ୍ୟାଚ୍‌ରେ ଚେନ୍ନାଇ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା। ଦଳ ୪.୫ ଓଭରରେ ଅମ୍ବାତି ରାୟଡୁ (୪ ରନ୍‌), ସେନ୍‌ ଓ୍ଵାଟ୍‌ସନ୍‌ (୧୩ ରନ୍‌) ଓ କେଦାର ଯାଦବ (୮ ରନ୍‌)ଙ୍କୁ ହରାଇ ସାରିଥିଲା। ସ୍କୋର ମାତ୍ର ଗୋଟିଏ ରନ୍‌ରେ ରାୟଡୁ, ୧୪ ରନ୍‌ରେ ଓ୍ଵାଟସନ୍‌ ଓ ୨୭ ରନ୍‌ରେ କେଦାର ଯାଦବ ପାଭଲିଅନ୍‌ ଫେରିଥିଲେ। ଚତୁର୍ଥ ଓ୍ଵିକେଟରେ ସୁରେଶ ରାଇନା (୩୬ ରନ୍‌)ଙ୍କ ସହିତ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ୬୧ ରନ୍‌ ଭାଗିଦାରୀ ହୋଇପାରିଥିଲେ।

ସମ୍ବନ୍ଧିତ ଖବର