୫ ୱିକେଟରେ ଜିତିଲା ଚେନ୍ନାଇ

ପୁନେ : ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୬ ତମ ଲିଗ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ କିଙ୍ଗସ ଏକାଦଶ ପଂଜାବକୁ ୫ ୱିକେଟରେ ପରାସ୍ତ କରିଛି । ପଂଜାବର ୧୫୪ରନ ଲକ୍ଷ୍ୟ ଜବାବରେ ଚେନ୍ନାଇ ୧୯.୧ ଓଭରରେ ଲକ୍ଷ୍ୟ ହାସଲ (୧୫୯/୫) କରିନେଇଥିଲା । ଦଳ ପକ୍ଷରୁ ସୁରେଶ ରୈନା ୬୧ ରନ ଓ ଦିପକ ଚହର ୩୯ ରନ କରିଥିଲେ ।
ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ବ୍ୟାଟିଂ ପାଇଁ ପଂଜାବକୁ ଆମନ୍ତ୍ରଣ କରିଥିଲେ । ଇନିଂସ ଆରମ୍ଭରୁ ହିଁ ପଂଜାବ ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଦୃଢ ବ୍ୟାଟିଂ ଫଳରେ ଦଳର ସ୍କୋର ଏକ ସମ୍ମାନଜନକ ସ୍ତରକୁ ଯାଇପାରିଥଲା । କରୁନ ନାୟାର ମାତ୍ର ୨୬ ବଲରେ ୫୪ ରନ କରିଥିବାବେଳେ ମନୋଜ ତିଓ୍‌ାରୀ ୩୫ ରନ କରିଥିଲେ । ମାତ୍ର ଶେଷଭାଗ ବ୍ୟାଟ୍ସମ୍ୟାନମାନେ ପୁଣି ଥରେ ଦଳକୁ ନିରାଶ କରିଥିଲେ । ତେବେ ପଂଜାବ ୧୫୩ ରନ କରିପାରିଥିଲା । ଚେନ୍ନାଇ ପକ୍ଷରୁ ଲୁଙ୍ଗି ଏନଗିଡି ଘାତକ ବୋଲିଂ ପ୍ରଦର୍ଶନ କରି ମାତ୍ର ୧୦ ରନ ଦେଇ ୪ଟି ଓ୍‌ିକେଟ ନେଇଥିଲେ ।
ସମ୍ବନ୍ଧିତ ଖବର