ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଚେସ୍‌ମି

ମେସ୍କୋ: ଇରାନ୍‌ ରକ୍ଷଣଭାଗ ଖେଳାଳି ରୌଜ୍‌ବେ ଚେସ୍‌ମି ଆହତ ଯୋଗୁଁ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ରବିବାର ଅଭ୍ୟାସ କରୁଥିବା ସମୟରେ ଚେସ୍‌ମିଙ୍କ ମାଂସପେସୀରେ ଆଘାତ ଲାଗିଥିଲା। ଏହି ସମସ୍ୟାରୁ ମୁକୁଳିବାକୁ ତାଙ୍କୁ ୪ ସପ୍ତାହ ଲାଗିଯିବ। ଫଳରେ ସେ ଅବଶିଷ୍ଟ ବିଶ୍ୱକପ୍‌ରେ ଖେଳି ପାରିବେନି। ହେଲେ ଦଳ ସହ ରୁଷିଆରେ ରହିବେ ବୋଲି ଇରାନ୍‌ ଫୁଟ୍‌ବଲ୍‌ ମହାସଂଘ ପକ୍ଷରୁ କୁହାଯାଇଛି। ୨୪ ବର୍ଷୀୟ ଚେଲ୍‌ସିଙ୍କ ଅନୁପସ୍ଥିତିରେ ପ୍ରଶିକ୍ଷକ କାର୍ଲୋସ୍‌ ମହମ୍ମଦ ରେଜା ଖାନ୍‌ଜାଦେ ଏବଂ ମୋର୍ତେଜା ପୌରାଲିଗାଞ୍ଜିଙ୍କ ଉପରେ ଭରସା କରିବେ। ସୂଚନାଯୋଗ୍ୟ, ଚେଲ୍‌ସିଙ୍କ ଶ୍ରେଷ୍ଠ ପ୍ରଦର୍ଶନରେ ଇରାନ୍‌ ପ୍ରଥମ ମ୍ୟାଚ୍‌ରେ ୧-୦ ଗୋଲ୍‌ରେ ମରକ୍କୋକୁ ପରାସ୍ତ କରିଥିଲା। ବୁଧବାର ସ୍ପେନ୍‌ ଏବଂ ୨୫ ତାରିଖରେ ପର୍ତୁଗାଲ୍‌ ବିପକ୍ଷରେ ଖେଳି ଦଳ ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ।

ସମ୍ବନ୍ଧିତ ଖବର