ଶିଶୁ ଦିବସ ବିଶେଷ: ବିରାଟଙ୍କ ଠାରୁ ଧୋନି ପର୍ଯ୍ୟନ୍ତ ଏମିତି ଦେଖା ଯାଉଥିଲେ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି

ଭୁବନେଶ୍ୱର: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ମଙ୍ଗଳବାର ପୂରା ଦେଶରେ ‘ଶିଶୁ ଦିବସ’ ପାଳନ ହୋଇଛି। ଚାଚା ନେହେରୁଙ୍କୁ ମନେ ପକାଇ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେହିଭଳି ବିଭିନ୍ନ ରାଜ୍ୟରେ ସମାରୋହକୁ ଆକର୍ଷଣୀୟ ଶୈଳୀରେ ପାଳନ କରାଯାଇଛି। ଶିଶୁ ଦିବସ ଅବସର ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳିମାନେ କିଭଳି ଦେଖାଯାଉଥିଲେ, ଏନେଇ ଏକ ଫୋଟୋ ସଂକଳନ ପ୍ରସ୍ତୁତ।

ବିରାଟ କୋହଲି

ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି ଦିଲ୍ଲୀରେ ଏକ ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିଲେ। ଦ୍ୱାଦଶ ଶ୍ରେଣୀ ଯାଏ ପାଠ ପଢ଼ିଥିବା କୋହଲି ଇଂରାଜୀ କହିବାରେ ଧୂରନ୍ଧର। ପିଲାଦିନେ ବାପାଙ୍କ ସହିତ ସ୍କୁଟରରେ ବସି କ୍ରିକେଟ ପ୍ରଶିକ୍ଷଣ ନେବାକୁ ଯାଉଥିଲେ। କେହଲି ଖାଇବା ପିଇବାକୁ ନେଇ ବେଶ ସତର୍କ ରହିଥାନ୍ତି।

ଶିଖର ଧାଓ୍ଵନ


ଭାରତୀୟ କ୍ରିକେଟ ଟିମ୍‌ର ଓପନର ଶିଖର ଧାଓ୍ଵନ ପିଲା ଦିନେ ଅତି ସରଳ ଦେଖାଯାଉଥିଲେ। ଅତି ନମ୍ର ସ୍ୱଭାବ ଦେଖାଯାଉଥିବା କେହଲି ଯେତେବେଳେ କ୍ରିଜ ଉପରେ ଥାଆନ୍ତି, ଦର୍ଶକ ତାଙ୍କଠାରୁ ଅନେକ ଆଶା କରନ୍ତି।

ରୋହିତ ଶର୍ମା


ମୁମ୍ବାଇରେ ଜନ୍ମିତ ଟିମ୍‌ ଇଣ୍ଡିଆର ଅନ୍ୟତମ ଓପନର ରୋହିତ ଶର୍ମାଙ୍କୁ ତାଙ୍କ ପିତା-ମାତ ମୁଣ୍ଡରେ କଳା ଚିତା ଲଗାଉ ଥିଲେ। କଳା ଚିତା ଲାଗିଲେ ରୋହିତ ସୁନ୍ଦର ଦେଖାଯାଉଥିଲେ।

ଯୁବରାଜ ସିଂହ

ଆଜିଙ୍କ୍ୟ ରାହାଣେ

ମହେନ୍ଦ୍ର ସିଂହ ଧୋନି


ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କର ହେଲିକପ୍ଟର ସର୍ଟ ପାଇଁ କ୍ରିକେଟ ପ୍ରଶଂସକଙ୍କ ନିକଟରେ ସବୁବେଳେ ମନେ ରହିବେ। ଗୁଜରାଟର ରାଜକୋଟରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ପରେ ଧୋନିଙ୍କୁ ପୂର୍ବତନ କ୍ରିକେଟରମାନେ କଡ଼ା ସମାଲୋଚନା କରିଥିଲେ ମଧ୍ୟ ଝାରଖଣ୍ଡରେ ଜନ୍ମିତ ଧୋନି ୨ଟି ବିଶ୍ୱ କପ୍‌ର ବିଜେତା ଅଧିନାୟକ।

ସଚିନ ତେନ୍ଦୁଲକର ଓ ତାଙ୍କର ସାଙ୍ଗ

ଟ୍ରଫି ସହିତ ରାହୁଲ ଦ୍ରାବିଡ଼

ସମ୍ବନ୍ଧିତ ଖବର