ଆଇ-ଲିଗ୍‌ରେ ଖେଳିବ ରାଧାରମଣ କ୍ଲବ୍‌

କଟକ: ଗତ ଋତୁରେ ଫାଓ ଲିଗ୍‌ର ବିଜେତା ରାଧାରମଣ କ୍ଲବ୍‌ ଏଆଇଏଫ୍‌ଏଫ୍‌ ପକ୍ଷରୁ ଆୟୋଜିତ ହେଉଥିବା ଜାତୀୟ ଫୁଟବଲ୍‌ ଲିଗ୍‌ ଆଇ-ଲିଗ୍‌ର ଦ୍ୱିତୀୟ ଡିଭିଜନ୍‌ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଦୀର୍ଘ ଦିନର ବ୍ୟବଧାନ ପରେ ଓଡ଼ିଶାରୁ କୌଣସି ଏକ କ୍ଲବ୍‌ ଆଇ-ଲିଗ୍‌ରେ ଖେଳିବାକୁ ଯାଉଛି। ଏଥିପୂର୍ବରୁ ୨୦୧୧ ଓ ୨୦୧୨ ମସିହାରେ ସମ୍ବଲପୁରର ସମଲେଶ୍ୱରୀ କ୍ଲବ୍‌ ଆଇ-ଲିଗ୍‌ର ଦ୍ୱିତୀୟ ଡିଭିଜନ୍‌ରେ ଖେଳିବାକୁ ସୁଯୋଗ ପାଇଥିଲା।

ସମ୍ବନ୍ଧିତ ଖବର