ଚାଇନା ଓପନ୍‌: ସେମିରେ ହାରିଲେ ସାନିଆ-ପେଙ୍ଗ୍‌

ବେଜିଂ: ଭାରତୀୟ ଟେନିସ୍‌ ଲଳନା ସାନିଆ ମିର୍ଜା ଓ ତାଙ୍କ ଚୀନ୍‌ ସାଥୀ ପେଙ୍ଗ୍‌ ସୁଆଇ ଏଠାରେ ଚାଲିଥିବା ଚାଇନା ଓପନ୍‌ ସେମିଫାଇନାଲ୍‌ରେ ହାରି ଅଭିଯାନ ଶେଷ କରିଛନ୍ତି। ଶନିବାର ମହିଳା ଯୁଗଳ ସେମି ଫାଇନାଲ୍‌ରେ ତୃତୀୟ ମାନ୍ୟତା ଭାରତ-ଚୀନ୍‌ ଯୋଡ଼ି ୬-୨, ୧-୬ ଓ ୫-୧୦ ସୁପର ଟାଇବ୍ରେକ୍‌ ସେଟ୍‌ରେ ଶୀର୍ଷ ମାନ୍ୟତା ସ୍ୱିଜରଲାଣ୍ଡ-ତାଇଓ୍ଵାନ୍‌ ଯୋଡ଼ି ମାର୍ଟିନା ହିଙ୍ଗିସ୍‌ ଓ ଚାନ୍‌ ୟଙ୍ଗ୍‌ ଜାନ୍‌ଙ୍କ ନିକଟରୁ ହାରି ବିଦାୟ ନେଇଛନ୍ତି। ସଂଯୋଗବଶତଃ ସାନିଆ ଓ ପେଙ୍ଗ୍‌ ମଧ୍ୟ ଗତସପ୍ତାହରେ ଉହାନ୍‌ରେ ସମାନ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ସିଧାସଳଖ ସେଟ୍‌ରେ ସେମିଫାଇନାଲ୍‌ ହାରିଥିଲେ।

ସମ୍ବନ୍ଧିତ ଖବର