ସେମିଫାଇନାଲ୍‌ରେ ଚିନ୍ମୟ

ଗୁରୁକୁଳ ଆଇଟା-ଓଟିଏ ପୁରୁଷ ଟେନିସ୍‌

ମେଣ୍ଢାଶାଳ: ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଚିନ୍ମୟ ପ୍ରଧାନ ଆଇଟା-ଓଟିଏ ୫୦,୦୦୦ ପୁରୁଷ ମାନ୍ୟତା ଟେନିସ୍‌ ପ୍ରତିଯୋଗିତାର ଉଭୟ ଏକକ ଏବଂ ଯୁଗଳ ବର୍ଗର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ୍‌ କମ୍ପ୍ଲେକ୍ସରେ ବୁଧବାର ଏକକ କ୍ୱାର୍ଟର୍‌ ଫାଇନାଲ୍‌ରେ ଶୀର୍ଷ ମାନ୍ୟତା ପ୍ରାପ୍ତ ଚିନ୍ମୟ ୬-୧, ୬-୧ ସେଟ୍‌ରେ ତେଲେଙ୍ଗାନାର ସୁହିତ ରେଡ୍ଡୀ ଲାଙ୍କାଙ୍କୁ ପରାସ୍ତ କରିଥିଲେ। ସେ ଗୁରୁବାର ସେମିଫାଇନାଲ୍‌ରେ କର୍ଣ୍ଣାଟକର ନିକ୍ଷେପ୍‌ ବି ରବିକୁମାରଙ୍କୁ ଭେଟିବେ। ସେହିପରି ଯୁଗଳ କ୍ୱାର୍ଟର୍‌ ଫାଇନାଲ୍‌ରେ ସେ ଆନ୍ଧ୍ରପ୍ରଦେଶର ଉମେର୍‌ ସେଖ୍‌ଙ୍କୁ ସାଥୀ କରି ୬-୩, ୬-୨ ସେଟ୍‌ରେ ପଶ୍ଚିମବଙ୍ଗ-ଛତିଶଗଡ଼ ଯୋଡ଼ି ଅର୍ଘ୍ୟ ଦାସ-ବରୁଣ ତିଓ୍ଵାରୀଙ୍କୁ ହରାଇ ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। ତେବେ ଅନ୍ୟ ଓଡ଼ିଆ ଯୋଡ଼ି ଅଭିଷେକ ମହାନ୍ତି ଓ ଅମୃତଜୟ ମହାନ୍ତି ୭-୫, ୩-୬ (୧୦-୪)ରେ ତାମିଲନାଡ଼ୁ ଯୋଡ଼ି ଭରତ ଏନ୍‌ କୁମାରନ୍‌ ଓ ଆର୍ଯ୍ୟ କେଏସ୍‌ ସିଦ୍ଧାର୍ଥଙ୍କଠୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର