ଚିର୍ମାକୋ ଚମକ:‘ସୁଦୀପ’

ଶ୍ରେଷ୍ଠ ହକି ସମ୍ଭାବନା

ଭୁବନେଶ୍ବର, ଦେବାଶିଷ ସୁନ୍ଦରାୟ): ପାଖାପାଖି ୨୦ ଓଡ଼ିଆ ଅଲିମ୍ପିକ୍ସ ପଦାର୍ପଣ କରି ସାରିଛନ୍ତି। ହେଲେ ଓଡ଼ିଶା ଭାଗ୍ୟରେ ଏ ପର୍ଯ୍ୟନ୍ତ ଅଲିମ୍ପିକ୍ସ ପଦକଟିଏ ଜୁଟିନାହିଁ। ଅଲିମ୍ପିକ୍ସ ପଦକର ଦୀର୍ଘ ଅପେକ୍ଷାକୁ ଅନ୍ତ କରିଛନ୍ତି ସୁନ୍ଦରଗଡ଼ର ନୂଆ ହକି ସମ୍ଭାବନା ସୁଦୀପ ଚିର୍ମାକୋ। ଆର୍ଜେଣ୍ଟିନାର ବୁଏନେସ୍ ଏୟାର୍ସରେ ଆୟୋଜିତ ଯୁବ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସୁଦୀପ ରାଜ୍ୟ ପାଇଁ ଆଣିଛନ୍ତି ପ୍ରଥମ ଅଲିମ୍ପିକ୍ସ ପଦକ। ଏଥି ସହିତ ଓଡ଼ିଶା କ୍ରୀଡ଼ାରେ ଯୋଡ଼ିଛନ୍ତି ସଫଳତାର ନୂଆ ଅଧ୍ୟାୟ।
ଯୁବ ଅଲିମ୍ପିକ୍ସ ଯାଦୁଗର
ଯୁବ ଅଲିମ୍ପିକ୍ସର ତୃତୀୟ ସଂସ୍କରଣ ଲାଗି ଘୋଷିତ ଭାରତୀୟ ଫାଇଭ୍ ଏ ସାଇଡ୍ ହକି ଦଳରେ ସ୍ଥାନ ପାଇ ଆଶା ଓ ଆଶଙ୍କାର ସହ ଆର୍ଜେଣ୍ଟିନା ଯାଇଥିଲେ ସୁଦୀପ। ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା ‌େହାଇଥିବାରୁ ମନରେ ଟିକିଏ ଭୟ ମଧ୍ୟ ଥିଲା। ହେଲେ ନିଜ ବଳିଷ୍ଠ ପ୍ରଦର୍ଶନ ବଳରେ ଧିରେ ଧିରେ ସେ ଏହି ଭୟ ଓ ସଂଶୟକୁ ଦୂର କରିଥିଲେ। ଭାରତର ପ୍ରତିଟି ବିଜୟରେ ବଳିଷ୍ଠ ଯୋଗଦାନ ଦେଇ ଚୟନକର୍ତାଙ୍କ ନିଷ୍ପତ୍ତିକୁ ସାର୍ଥକ କରିଥିଲେ। ୨୦୬ ଦେଶ ଅଂଶ ଗ୍ରହଣ କରିଥିବା ଯୁବ ଅଲିମ୍ପିକ୍ସରେ ଭାରତ ଆରମ୍ଭରୁ ପ୍ରଭାବ ବିସ୍ତାର କରିଥିଲା। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୧୦-୦ରେ ପରାସ୍ତ କରିଥିଲା। ଏଥିରେ ସୁଦୀପ ବ୍ୟକ୍ତିିଗତ ଭାବେ ଦୁଇଟି ଗୋଲ୍ ଦେଇଥିଲେ। ଏହା ମଧ୍ୟ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ ଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ରେ ସେ ଏକାକି ଚାରିଟି ଗୋଲ୍ ସ୍କୋର କରିଥିଲେ। କାନାଡା ବିପକ୍ଷରେ ମଧ୍ୟ ଗୋଟିଏ ଗୋଲ୍ କରିଥିଲେ ସୁଦୀପ। ପୂରା ପ୍ରତିଯୋଗିତାରେ ସୁଦୀପ ବ୍ୟକ୍ତିଗତ ଭାବେ ୧୧ ଗୋଲ୍ ଦେଇ ସମସ୍ତଙ୍କୁ ଚକିତ କରି ଦେଇଥି‌େଲ। ଫାଇନାଲରେ ଭାରତ ଅବଶ୍ୟ ମାଲେସିଆଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା। ହେଲେ ସୁଦୀପ ଓଡ଼ିଶା ପାଇଁ ନୂଆ ଇତିହାସ ଲେଖିଥିଲେ। ଘରୋଇ ଆର୍ଜେଣ୍ଟିନା ବିପକ୍ଷ ସେମିଫାଇନାଲ ଆମ ପାଇଁ ସବୁଠାରୁ କଠିନ ମ୍ୟାଚ୍ ଥିଲା। ଏଥିରେ ମୁଁ ବ୍ୟକ୍ତିଗତ ଭାବେ ଦୁଇଟି ଗୋଲ୍ ଦେଇଥିଲି। ସେଥିପାଇଁ ବହୁତ ଖୁସି ଲାଗିଥିଲା। ଫାଇନାଲରେ ହାରିବା ଅବଶ୍ୟ ବହୁତ ଦୁଃଖ ଦେଇଥିଲା। ତଥାପି ମୁଁ ମୋ ବ୍ୟକ୍ତିଗତ ପ୍ରଦର୍ଶନ ନେଇ ବେଶ୍ ଖୁସି ଅଛି। ଆଗକୁ ୨୦୨୪ ଅଲିମ୍ପିକ୍ସରେ ବରିଷ୍ଠ ଦଳର ପ୍ରତିନିଧିତ୍ବ କରିବାର ଲକ୍ଷ୍ୟ ନେଇ ମୋ ଖେଳକୁ ଆହୁରି ଶାଣିତ କରୁଛି ବୋଲି ସୁଦୀପ କହିଛନ୍ତି।

ବିଶ୍ବକପ୍ ପାଇଁ ବଢ଼ୁଛି ବ୍ୟଗ୍ରତା
ବିଶ୍ବକପ୍ ଓଡ଼ିଶାରେ ଆୟୋଜିତ ହେଉଥିବାରୁ ହକିକୁ ନିଜ ଜୀବନଠାରୁ ବି ବେଶୀ ଭଲ ପାଉଥିବା‌ ସୁଦୀପ ବେଶ୍ ଉତ୍ସାହିତ ଅଛନ୍ତି। ନିଜ ଆଦର୍ଶର ଖେଳାଳିଙ୍କୁ ପାଖରେ ପାଇବାର ଉତ୍ସାହ ଏବେଠାରୁ ତାଙ୍କ ମନକୁ ଖୁସିରେ ଭରି ଦେଇଛି। ବିଶ୍ବକପ୍‌କୁ ପାଖରୁ ଦେଖି ସେ ମଧ୍ୟ ବିଶ୍ବ ବିଜୟୀ ହେବାର ସ୍ବପ୍ନ ଦେଖୁଛନ୍ତି। ବିଶ୍ବକପ୍ ଭଳି ପ୍ରତିଯୋଗିତା ଓଡ଼ିଶାରେ ଆୟୋଜନ କରୁଥିବାରୁ ମୁଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବି। ବ୍ୟକ୍ତିିଗତ ଭାବେ ମୁଁ ବିଶ୍ବକପ୍‌ର ସବୁ ମ୍ୟାଚ୍‌ ଦେଖିବାକୁ ଚେଷ୍ଟା କରିବି। ଏହା ଦ୍ବାରା ମୋର ହକି ଜ୍ଞାନ ବଢ଼ିବା ସହ ବଡ଼ ବଡ଼ ଖେଳାଳିଙ୍କ ଖେଳକୁ ପାଖରୁ ଦେଖି ନିଜ ଦୋଷ ଦୁର୍ବଳତା ଦୂର କରି ପାରିବି। ସେହିଭଳି ରାଉରକେଲାରେ ନଭେମ୍ବର ୪ ତାରିଖ‌େର ଆୟୋଜିତ ହେବାକୁ ଥିବା ଓଡ଼ିଶା ଏବଂ ନ୍ୟୁ ସାଉଥ୍ ୱେଲ୍ସ ମ୍ୟାଚ୍‌କୁ ମଧ୍ୟ ମୁଁ ଚାହିଁ ବସିଛି ବୋଲି ସୁଦୀପ କହିଛନ୍ତି

ଓଡ଼ିଶା ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ବଡ଼ ନୂଆଗାଁରେ ୨୦୦୨ ମସିହା ଡିସେମ୍ବର ୫ ତାରିଖରେ ଏକ ହକି ପରିବାରରେ ଜନ୍ମ ହୋଇଥିଲା ସୁଦୀପଙ୍କର। ତାଙ୍କର ଦୁଇ ଭାଇ ଅମିତ ଓ ରୋହିତ ମଧ୍ୟ ହକି ଖେଳାଳି। ସଂପ୍ରତି ସେମାନେ ଭୁବନେଶ୍ବର ଏବଂ ସୁନ୍ଦରଗଡ଼ ଛାତ୍ରାବାସର ଅନ୍ତେବାସୀ। ଉଭୟ ପ୍ରତିଭାବାନ ହକି ଖେଳାଳି। ହେଲେ ସୁଦୀପ ଏବେ ସେମାନଙ୍କୁ ପଛରେ ପକାଇ ଦେଇଛନ୍ତି। ମାତ୍ର ୧୬ ବର୍ଷ ବୟସରେ ବଡ଼ ନୂଆଗାଁରୁ ବୁଏନେସ୍ ଏୟାର୍ସର ଯାତ୍ରା ଭିତରେ ସେ ରାଜ୍ୟର ପ୍ରଥମ ଅଲିମ୍ପିକ୍ସ ପଦକ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ଦୁଇ ଭାଇଙ୍କ ସହ ହକି ଖେଳୁ ଖେଳୁ ୨୦୧୩ରେ ପାନପୋସ୍ ହକି ଛାତ୍ରାବାସ ପାଇଁ ମ‌େନାନୀତ ହୋଇଥିଲେ ସୁଦୀପ। ସେଠାରେ ବିଜୟ କୁମାର ଲାକ୍ରା, ଅମୂଲ୍ୟ ବିହାରିଙ୍କ ଭଳି ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ନିଜ ହକି ପ୍ରତିଭାକୁ ଆହୁରି ଶାଣିତ କରିଥିଲେ ସେ। ଏହାପରେ ୨୦୧୫ରେ ଦିଲ୍ଲୀରେ ଆୟୋଜିତ ଜାତୀୟ ଉପକନିଷ୍ଠ (ଡିଭିଜନ୍-ଏ) ହକିରେ କାଂସ୍ୟ ପଦକ ଜିତିଥିବା ହକି ଗାଙ୍ଗପୁର ଓଡ଼ିଶା ଦଳରେ ସ୍ଥାନ ପାଇଥିଲେ ସୁଦୀପ। ପରବର୍ଷ ଅର୍ଥାତ୍ ୨୦୧୬‌େର ଏହି ପ୍ରତିଯୋଗିତାରେ ହକି ଗାଙ୍ଗପୁର ଓଡ଼ିଶା ଦଳ ସ୍ବର୍ଣ୍ଣ ପଦକ ଜିତିବାରେ ସେ ପ୍ରମୁଖ ଭୂମିକା‌ ତୁଲାଇଥିଲେ। ଚଳିତ ବର୍ଷର ଜାତୀୟ ଉପ କନିଷ୍ଠ (ଡିଭିଜନ ଏ) ହକିରେ ଗାଙ୍ଗପୁର ଦଳ ତାଙ୍କ ନେତୃତ୍ବରେ ଖେଳିଥିଲା। ନୂଆଦିଲ୍ଲୀରେ ଚଳିତ ବର୍ଷ ଆୟୋଜିତ ଖେଲୋ ଇଣ୍ଡିଆ ହକିରେ ସ୍ବର୍ଣ୍ଣ ଜିତିଥିବା ଓଡ଼ିଶା ଦଳ ଏବଂ ଚଳିତବର୍ଷ ଭୋପାଳରେ ଆୟୋଜିତ ଜାତୀୟ କନିଷ୍ଠ ହକିରେ କାଂସ୍ୟ ପଦକ ଜିତିଥିବା ହକି ଗାଙ୍ଗପୁର ଦଳର ସେ ଥିଲେ ଅନ୍ୟତମ ସଦସ୍ୟ। ଏହା ପରେ ତାଙ୍କୁ ଯୁବ ଅଲିମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ହକିର ଟ୍ବେଣ୍ଟି-୨୦ ଫର୍ମାଟ୍ ଭାବେ ପରିଚିତ ଫାଇଭ୍-ଏ-ସାଇଡ୍ ହକିରେ ନିୟମ ସାଧାରଣ ହକିଠାରୁ ଟିକିଏ ଭିନ୍ନ। ହେଲେ ସୁଦୀପଙ୍କ ଅସାଧାରଣ ସଫଳତା ତାଙ୍କୁ ଓଡ଼ିଶା ହକିର ଶ୍ରେଷ୍ଠ ସମ୍ଭାବନାର ମାନ୍ୟତା ଦେଇଛି। ସୁଦୀପଙ୍କ ପିତା ବିପିନ କିଶୋର ଚିର୍ମାକୋ ଓ ମା’ ପାଓଲିନା ଚିର୍ମାକୋ ସୁଦୀପଙ୍କ ହକି ଚମକ ଆହୁରି ବ୍ୟାପ୍ତ ହେବ ବୋଲି ଆଶା ରଖିଛନ୍ତି। ହକି ନିଶା ସହ ସୁଦୀପ ରାଉରକେଲାର ବିର୍ସ‌ା ମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି।

ବଡ଼ ନୂଆଗାଁରୁ ବୁଏନେସ୍ ଏୟାର୍ସ

ସମ୍ବନ୍ଧିତ ଖବର