ହକି ଇଣ୍ଡିଆ ଉପରେ ବର୍ଷିଲା ସିଆଇସି

ନୂଆଦିଲ୍ଲୀ: କମ୍ପ୍ଲିମେଣ୍ଟାରି ପାସ୍‌ ବଣ୍ଟନ ତଥ୍ୟ ପ୍ରଦାନ କରିବାକୁ ମନା କରିବାରୁ ହକି ଇଣ୍ଡିଆ ଉପରେ ବର୍ଷିଛି କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)। ସୁଭାଷ ଚନ୍ଦ୍ର ‌ଅଗ୍ରୱାଲ୍‌ ନାମକ ଜଣେ ବ୍ୟକ୍ତି ୨୦୧୫ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଆଧାରରେ ହକି ମ୍ୟାଚ୍‌ ବେଳେ ହକି ଇଣ୍ଡିଆ ଦେଉଥିବା ପାସ୍‌ ଉପରେ ତଥ୍ୟ ମାଗିଥିଲେ। କିନ୍ତୁ ହକି ଇଣ୍ଡିଆ ଦେବାକୁ ରାଜି ହୋଇନଥିଲା। ଫଳରେ ସେ ସିଆଇସିର ଦ୍ବାରସ୍ଥ ହୋଇଥିଲା। ହକି ଇଣ୍ଡିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ବେଳେ ସବୁପ୍ରକାର ସହାୟତା ଭାରତ ସରକାରଙ୍କ କ୍ରୀଡ଼ା ଯୁବ ବ୍ୟାପାର ବିଭାଗ ପକ୍ଷରୁ ପାଉଛି। ସରକାରଙ୍କ ସହାୟତା ପାଉଥିବାରୁ ସୂଚନା ଦେବାକୁ ବାଧ୍ୟ। ଏହା ‌ନଦେବାରୁ ସିଆଇସି କଡ଼ା ସମାଲୋଚନା କରିଛି।

ସମ୍ବନ୍ଧିତ ଖବର