ସିଲି ପଏଣ୍ଟ୍‌: ଅଷ୍ଟ୍ରେଲିଆରେ ବୋଲ୍ଟଙ୍କ ଫୁଟ୍‌ବଲ୍‌ ଅନେ୍ଵଷଣ

ସିଡ୍‌ନି: ଦୌଡ଼କୁଦ ଜଗତରୁ ଅବସର ନେବା ପରେ ଜାମାଇକାର କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟ ବିକଳ୍ପ ପେସା ସନ୍ଧାନରେ ରହିଛନ୍ତି। ଏଥିଲାଗି ସେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ ଫୁଟ୍‌ବଲ୍‌କୁ ବାଛିଛନ୍ତି। କେତେକ ପ୍ରତିଷ୍ଠିତ କ୍ଲବ୍‌ରେ ପରୀକ୍ଷା ଦେଇ ବିଫଳ ହେବା ପରେ ଅଷ୍ଟ୍ରେଲିଆକୁ ବୋଲ୍ଟ ନିଜ ଫୁଟବଲ୍‌ କର୍ମଭୂମି ଭାବେ ବାଛିଛନ୍ତି। ଅଷ୍ଟ୍ରେଲିଆର ସେଣ୍ଟ୍ରାଲ କୋଷ୍ଟ ମେରାଇନ୍‌ ଫୁଟ୍‌ବଲ୍‌ ଦଳ ତାଙ୍କୁ ନିଜ ଫୁଟ୍‌ବଲ୍‌ ଦକ୍ଷତା ଦେଖାଇବାର ସୁଯୋଗ ଦେଇଛି। ବୋଲ୍ଟ ଆସନ୍ତା କିଛି ମାସ ପର୍ଯ୍ୟନ୍ତ ମେରାଇନ ଦଳ ସହ ଅଭ୍ୟାସ କରିବାର ସୁଯୋଗ ପାଇଛନ୍ତି। ଅଭ୍ୟାସ ବେଳେ ଭଲ କଲେ ଅକ୍ଟୋବରରୁ ଆରମ୍ଭ ହେଉଥିବା ୨୦୧୮-୧୯ ଫୁଟ୍‌ବଲ୍‌ ଋତୁ ପୂର୍ବରୁ ମେରାଇନ୍‌ ତାଙ୍କୁ ବାର୍ଷିକ ଚୁକ୍ତିି ପ୍ରଦାନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ୩୧ ବର୍ଷୀୟ ବୋଲ୍ଟ ଏଥିଲାଗି ଶନିବାର ସକାଳେ ସିଡ୍‌ନି ପହଞ୍ଚିଛନ୍ତି।

ପଦକ ଜିତିବାଠାରୁ ଜୀବନ ବଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ: ଫେଲପ୍ସ


ନ୍ୟୁୟର୍କ: ଅଲିମ୍ପିକ୍ସ ଇତିହାସର ସଫଳତମ ତାରକା ତଥା ଆମେରିକାର ମହାନ ସନ୍ତରକ ମାଇକେଲ୍‌ ଫେଲପ୍ସ ଶନିବାର ସାରମର୍ମକ ଓ ଅବେଗପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ପାଇଁ ପଦକ ଜିତିବା ଅପେକ୍ଷା ଗୋଟିଏ ଜୀବନ ବଞ୍ଚାଇବା ଅଧିକ ମହତ୍ୱପୁର୍ଣ୍ଣ ବୋଲି ୨୩ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଥିବା ଫେଲପ୍ସ ମତ ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ଇତିହାସର ସଫଳତମ ଖେଳାଳି ହୋଇଥିଲେ ମଧ୍ୟ ଅନେକ ସମୟରେ ବିଷାଦର ବଶବର୍ତୀ ହୋଇ ସେ ଜୀବନ ହାରିବାକୁ ଚାହିଁଥିଲେ ବୋଲି ମଧ୍ୟ ଫେଲପ୍ସ କହିଛନ୍ତି। ସେ କହିଛନ୍ତି, ମୋ ଜୀବନରେ ଏମିତି ସମୟ ଆସିଥିଲା, ଯେତେବେଳେ ମୁଁ ଆଉ ବଞ୍ଚିବାକୁ ଚାହୁଁନଥିଲି। ବିଷାଦଗ୍ରସ୍ତ ହୋଇ ସବୁବେଳେ ଚିନ୍ତାରେ ରହୁଥିଲି। ଏବେ ମୁଁ ଏଥିରୁ ମୁକୁଳିବାକୁ ଚେଷ୍ଟା କରୁଛି। ଯଦି ପାରିବି ମଣିଷ ଜୀବନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିବି। ମୋ ପାଇଁ ସେଇଟା ପଦକ ଜିତିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

ସମ୍ବନ୍ଧିତ ଖବର