ସିଲି  ପଏଣ୍ଟ୍‌, ତାହିର ଓ ୱାଟ୍‌ସନ୍‌ ପୁଅଙ୍କୁ ଉତ୍ସାହିତ କଲେ ଧୋନି

ଚେନ୍ନାଇ: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ୫ରୁ ୪ ବିଜୟ ସହିତ ଶନିବାର ସୁଦ୍ଧା ପଏଣ୍ଟ ଟେବୁଲ୍ ଶୀର୍ଷରେ ରହିଥିବା ବେଳେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଡଗ୍‌ଆଉଟ୍‌ରେ ହାଲକା ଫୁଲକା ମୁହୂର୍ତ ବିତାଉଥିବା ଦୃଶ୍ୟ ନଜରକୁ ଆସିଛି। ବିଶେଷ କରି ଶନିବାର କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚ୍‌ ବେଳେ ଧୋନି ଦଳର ଦୁଇ ବିଦେଶୀ ଖେଳାଳି ଇମ୍ରାନ୍ ତାହିର ଓ ସେନ୍ ୱାଟସନ୍‌ଙ୍କ ପୁଅଦ୍ବୟଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା କରାଇବା ଉପଭୋଗ୍ୟ ହୋଇଥିଲା। ଉଭୟଙ୍କୁ ଧୋନି ଉତ୍ସାହିତ କରିଥିବା‌ ବେ‌େଳ ତାହିରଙ୍କ ପୁଅକୁ ଫିନିସ୍ ଲାଇନ୍ ପର୍ଯ୍ୟନ୍ତ ନେଇଥିଲେ। ଫଳରେ ୱାଟସନ୍‌ଙ୍କ ପୁଅ ପଛରେ ପଡ଼ିଯାଇଥିଲେ। ଚଳିତ ଋତୁରେ ଧୋନି ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରୁଥିବା ବେଳେ ୱାଟସନ୍‌ ଏବଂ ତାହିରଙ୍କ ପ୍ରଦର୍ଶନ ହାରାହାରି ରହିଛି। ୩ ଥର ବିଜେତା ଚେନ୍ନାଇ ନିଜ ପରବର୍ତୀ ମ୍ୟାଚ୍‌ରେ ମଙ୍ଗଳବାର ୨ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସ ସହିତ ଖେଳିବ।

ସମ୍ବନ୍ଧିତ ଖବର