ସିଲି ପଏଣ୍ଟ୍‌: ସଚିନଙ୍କ ପ୍ରିୟା ପ୍ରଶଂସକ

କୋଚି: ମାଲାୟଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିଅର ଏବେ ଭାରତ ନୁହେଁ ସାରା ବିଶ୍ୱରେ ପରିଚିତ। ମୁକ୍ତିଲାଭ ଅପେକ୍ଷାରେ ଥିବା ‘ଓରୁ ଆଧାର ଲଭ୍‌’ ଚଳଚ୍ଚିତ୍ରର ‘ମନିଖ୍ୟା ମାଲାରାୟା ପୁଭି’ଗୀତରେ ପ୍ରିୟାଙ୍କ ନିଆରା ଭ୍ରୁଲତା କୁଞ୍ଚନ ପ୍ରେମରେ ଯେମିତି ସାରା ବିଶ୍ୱ ପଡ଼ି ଯାଇଛି। ଏପରିକି ତାଙ୍କୁ ଅନ୍‌ଲାଇନ୍‌ରେ ଅନୁସରଣ କରୁଥିବା ପ୍ରଶଂସକ ସଂଖ୍ୟା ଫେସବୁକର ଆମେରିକୀୟ ସଂସ୍ଥାପକ ମାର୍କ ଜକେରବର୍ଗଙ୍କଠାରୁ ବି ଅଧିକ। ହେଲେ ନିଜେ ପ୍ରିୟା ହେଉଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରଶଂସକ। ଶୁକ୍ରବାର କୋଚିରେ ଆୟୋଜିତ ଏକ ଆଇଏସଏଲ୍‌ ମ୍ୟାଚ୍‌ ଅବସରରେ ପ୍ରିୟା ନିଜ ପିଲାଦିନର କ୍ରୀଡ଼ାପ୍ରେମ ସଚିନଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ‘ଓରୁ ଆଧାର ଲଭ୍‌’ ଚଳଚ୍ଚିତ୍ରର ନାୟକ ରୋଶନ ରହୁଫ ଏବଂ ନିଜ ସାନ ଭାଇଙ୍କ ସହ ପ୍ରିୟା ମହାନ କ୍ରିକେଟର ସଚିନଙ୍କୁ ଭେଟିଥିଲେ। ସଚିନଙ୍କ ସହ ତାଙ୍କ ସହ ଫଟୋ ବି ଉଠାଇଥିଲେ। ସେତେବେଳ ସମସ୍ତେ ହଳଦିଆ ଜର୍ସିରେ ଥିଲେ। ସଚିନଙ୍କ ସହ ଉଠାଇଥିବା ଫଟୋକୁ ପ୍ରିୟା ନିଜ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରିବା ପରେ ଏହାକୁ ତୁରନ୍ତ ଲକ୍ଷାଧିକ ଲାଇକ୍‌ ମିଳି ଯାଇଥିଲା।

ସମ୍ବନ୍ଧିତ ଖବର