ସିଲି ପଏଣ୍ଟ୍‌: ସମାଜସେବା କରିବେ ପିସ୍ତୋରିଅସ୍‌ଙ୍କ ଶାଶୁ

ଜୋହାନେସବର୍ଗ: ବ୍ଲେଡ୍‌ ରନର ଓସ୍କାର ପିସ୍ତୋରିଅସଙ୍କ ଶାଶୁ ଜୁନ୍‌ ଷ୍ଟିନକ୍ୟାମ୍ପ ଘରୋଇ ହିଂସା ରୋକିବା ଦିଗରେ କାର୍ଯ୍ୟ କରିବେ। ପିସ୍ତୋରିଅସ୍‌ ତାଙ୍କ ଝିଅ ତଥା ମଡେଲ ରିଭା ଷ୍ଟିନକ୍ୟାମ୍ପଙ୍କୁ ଅଜାଣତରେ ଗୁଳି କରି ହତ୍ୟା କରିବା ପରେ ଜୁନ୍‌ଙ୍କ ମାନସିକ ଦୁଶ୍ଚିନ୍ତା ବଢ଼ି ଯାଇଥିଲା। ସେଥିପାଇଁ ସେ କେତେକ ସମାଜସେବୀଙ୍କ ସହ ମିଶି ଘରୋଇ ହିଂସା ରୋକିବା ଦିଗରେ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି। ଏହି କାରଣରୁ ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ୨୦୦ ମହିଳା ତାଲିକାରେ ତାଙ୍କୁ ସ୍ଥାନ ମିଳିଛି। ସମାଜସେବା କରୁଥିଲେ ମଧ୍ୟ ପିସ୍ତୋରିଅସଙ୍କ ବିରୋଧରେ ଆଇନଯୁଦ୍ଧ ଲଢ଼ିବା ଜାରି ରଖିବେ ବୋଲି ଜୁନ୍‌ ସ୍ପଷ୍ଟ କରି ଦେଇଛନ୍ତି। ପିସ୍ତୋରିଅସଙ୍କୁ ପ୍ରଥମେ ମାତ୍ର ୬ ବର୍ଷର ଜେଲ୍‌ ଦଣ୍ଡ ମିଳିଥିଲା ବେଳେ ଏବେ ଏହାକୁ ୧୫ ବର୍ଷକୁ ବଢ଼ାଇ ଦିଆ ଯାଇଛି। ଯାହା ଜୁନଙ୍କୁ ଆତ୍ମସନ୍ତୋଷ ଦେଇଛି। ହେଲେ ପିସ୍ତୋରିଅସଙ୍କୁ ଆହୁରି ଅଧିକ ଜେଲ୍‌ ଦଣ୍ଡ ମିଳିବା ଦରକାର ବୋଲି ଜୁନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର