ସିଲି ପଏଣ୍ଟ୍‌: ଲଣ୍ଡନ୍‌ରେ ରେଡିଓ ବିକିଲେ ଅର୍ଜୁନ

ଲଣ୍ଡନ୍‌: ଶୁକ୍ରବାର କର୍ମଚାରୀଙ୍କ ସହ ମିଶି ବର୍ଷାଭିଜା ଲର୍ଡସ ପଡ଼ିଆ ଶୁଖାଇବାରେ ସହାୟତା କରିଥିବା ସଚିନ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ଶନିବାର ନୂଆ ରୂପରେ ଦେଖିବାକୁ ମିଳିଥିଲା। ୧୮ ବର୍ଷୀୟ ଏହି ଅଲରାଉଣ୍ଡର୍‌ ଲର୍ଡସ ପଡ଼ିଆ ବାହାରେ ଡିଜିଟାଲ୍‌ ରେଡିଓ ବିକୁଥିବା ଫଟୋକୁ ଛାଡ଼ିଛନ୍ତି ପୂର୍ବତନ ଖେଳାଳି ହରଭଜନ ସିଂହ। ‘କ୍ରିକେଟ୍‌ଘର ଭାବେ ପରିଚିତ ଲର୍ଡସରେ ଦେଖନ୍ତୁ କିଏ ରେଡିଓ ବିକୁଛନ୍ତି’ ବୋଲି ଭଜି ଲେଖିଛନ୍ତି। ଅର୍ଜୁନଙ୍କୁ ମଧ୍ୟ ଭଜି ‘ଭଲ ପିଲା’ ବୋଲି ଉଲ୍ଲେଖ କରିବାକୁ ଭୁଲି ନାହାନ୍ତି। କିଛି ଦିନ ତଳେ ଶ୍ରୀଲଙ୍କା ଗସ୍ତରେ ଅର୍ନ୍ତଜାତୀୟ ପଦାର୍ପଣ (୧୯ ବର୍ଷରୁ କମ୍‌) କରିଥିବା ଅର୍ଜୁନ ଏବେ ଲଣ୍ଡନ୍‌ରେ ଏମ୍‌ସିସି ଯୁବ କ୍ରିକେଟର୍‌ ତାଲିମ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି। ଗତ ସପ୍ତାହରେ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ତୀକ୍ଷ୍‌ଣ ନଜର ଭିତରେ ଭାରତୀୟ ଖେଳାଳି ମୁରଲୀ ବିଜୟ, ବିରାଟ କୋହଲିଙ୍କୁ ମଧ୍ୟ ସେ ନେଟ୍‌ସରେ ବୋଲିଂ କରିଥିଲେ। ତେବେ ଲର୍ଡସ ପଡିଆ କର୍ମଚାରୀଙ୍କୁ ସହାୟତା କରି ଅର୍ଜୁନ ଢେର ପ୍ରଶଂସା ସାଉଁଟିଛନ୍ତି।

ରଣବୀରଙ୍କ ଇପିଏଲ୍‌ ପ୍ରେମ

during the Premier League match between 

ଲଣ୍ଡନ: ବଲିଉଡ୍‌ ଅଭିନେତା ରଣବୀର ସିଂହ ଭାରତରେ ଇଂଲିସ୍‌ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାର ଦୂତ ଅଛନ୍ତି। ସେଥିଲାଗି ଇପିଏଲ୍‌ର ନୂଆ ଋତୁର ପ୍ରଥମ ମ୍ୟାଚ୍‌ ଦେଖିବାକୁ ସେ ଲଣ୍ଡନ ଯାଇଥିଲେ। ସେଠାରେ ଇପିଏଲ୍‌ର ଆକର୍ଷଣୀୟ ଟ୍ରଫି ସହ ଫଟୋ ଉଠାଇବା ସାଙ୍ଗକୁ ଏନ୍‌ବିଏ ତାରକା ଜନ୍‌ କଲିନ୍ସଙ୍କୁ ବି ଭେଟିଥିଲେ। ଏହା ପରେ ଓଲ୍ଡ ଟ୍ରାଫର୍ଡ ଯାଇ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଏବଂ ଲିସେଷ୍ଟର ସିଟି ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ଉପଭୋଗ କରିଥିଲେ। ପରେ ଓଲ୍ଡ ଟ୍ରାଫର୍ଡରେ ଥିବା ଫୁଟ୍‌ବଲ୍‌ ସଂଗ୍ରହାଳୟକୁ ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର