ସିକେ ନାୟୁଡୁ ଟ୍ରଫି: କାର୍ତ୍ତିକଙ୍କୁ ୭ ଵିକେଟ ସତ୍ତ୍ବେ ହିମାଚଳ ଆଗୁଆ

କଟକ: ଧର୍ମଶାଳାରେ ଚାଲିଥିବା ସିକେ ନାୟୁଡୁ ଟ୍ରଫିରେ ଓଡ଼ିଶା ବିପକ୍ଷରେ ଘରୋଇ ହିମାଚଳ ପ୍ରଦେଶ ପ୍ରଥମ ପାଳି ଅଗ୍ରଣୀ ପାଇଛି। ଓଡ଼ିଶାର ପ୍ରଥମ ପାଳି ସ୍କୋର୍‌ ୧୬୧ ରନ୍‌ ଜବାବରେ ହିମାଚଳ ୩୨୪ ରନ୍‌ କରି ୧୬୩ ରନ୍‌ର ପ୍ରଥମ ପାଳି ଅଗ୍ରଣୀ ପାଇଛି। ୧୧୩/୪ରୁ ଗୁରୁବାର ଖେଳ ଆରମ୍ଭ କରିଥିବା ହିମାଚଳ ପକ୍ଷରୁ ଡିବି ରଙ୍ଗୀ (୧୦୬) ଶତକ ଜମାଇଥିଲା ବେଳେ ଏ ଵାଲିଆ ୪୨, ଏନ୍‌ ଶର୍ମା ୨୭, ଯଶୋଧନ ଠାକୁର ୪୦ ରନ୍‌ କରିବାରୁ ଦଳ ୩୦୦ ପାରି କରିଥିଲା। ଓଡ଼ିଶା ପାଇଁ କାର୍ତ୍ତିକ ବିଶ୍ବାଳ ୨୬.୧ ଓଭରରେ ୧୦୬ ରନ୍‌ ବ୍ୟୟ କରି ୭ ଵିକେଟ ଅକ୍ତିଆର କରିଥିଲେ ମଧ୍ୟ ଦଳ ପାଳି ପଛୁଆ ରହିଥିଲା। ସୌରଭ କାନୋଜିଆ ୨ ଓ ଆଶିଷ ରାଏ ୧ ଵିକେଟ ପାଇଥିଲେ। ଦ୍ବିତୀୟ ଦିନର ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଓଡ଼ିଶା ୨ ଵିକେଟ ବିନିମୟରେ ୧୦୧ ରନ୍‌ କରିଛି। ସ୍ବସ୍ତିକ ସାମଲ ୧୩ ଓ ଅମ୍ରିତ ଖଟୁଆ ୮ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ କ୍ଷମାସାଗର ବଳ ୫୧ ଓ ସୌଭାଗ୍ୟ ର˚ଜନ ମିଶ୍ର ୨୨ ରନ୍‌ କରି ଅପରାଜିତ ଅଛନ୍ତି।

ସମ୍ବନ୍ଧିତ ଖବର