ସିକେ ନାୟୁଡୁ ଟ୍ରଫି: ଓଡ଼ିଶା, ୟୁପି ଦଳର ଅଭ୍ୟାସ

ସମ୍ବଲପୁର: ୨୩ ବର୍ଷରୁ କମ୍‌ ଅନ୍ତଃରାଜ୍ୟ କ୍ରିକେଟ୍‌ ପ୍ରତିଯୋଗିତା କର୍ନେଲ୍‌ ସିକେ ନାୟୁଡୁ ଟ୍ରଫିର ପ୍ଲେଟ୍‌ ଗ୍ରୁପ୍‌ ‘ବି’ରେ ସ୍ଥାନ ପାଇଥିବା ଓଡ଼ିଶା ଆସନ୍ତା ଗୁରୁବାର ନିଜ ତୃତୀୟ ମ୍ୟାଚ୍‌ରେ ଉତ୍ତର ପ୍ରଦେଶକୁ ଭେଟିବ। ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଉଭୟ ଦଳ ସମ୍ବଲପୁରରେ ପହଞ୍ଚି ସାରିଛନ୍ତି। ମଙ୍ଗଳବାର ଉଭୟ ଦଳ ପ୍ରାୟ ୩ ଘଣ୍ଟା ଧରି ଅଭ୍ୟାସ କରିଥିଲେ। ୟୁପି ଓ ଓଡ଼ିଶା ଦଳ ନିଜ ଗ୍ରୁପ୍‌ରେ ମଧ୍ୟ ବର୍ତମାନ ସୁଦ୍ଧା ପଏଣ୍ଟ ତାଲିକାରେ ସବା ତଳେ ରହିଛନ୍ତି। ଛତିଶଗଡ଼, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ହାଇଦ୍ରାବାଦ, ୟୁପି ଓ ଓଡ଼ିଶାକୁ ନେଇ ଗଠିତ ଏହି ଗ୍ରୁପ୍‌ରେ ୨ଟି ମ୍ୟାଚ୍‌ରୁ ୪ ପଏଣ୍ଟ ସହ ୟୁପି ପଞ୍ଚମ ଓ ଓଡ଼ିଶା ୨ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି। ଏହି ଗ୍ରୁପ୍‌ରେ ଏପର୍ଯ୍ୟନ୍ତ ସବୁ ଯାକ ମ୍ୟାଚ୍‌ ଅମୀମାଂସିତ ରହିଛି। କୌଣସି ମ୍ୟାଚ୍‌ର ଫଳାଫଳ ବାହାରି ପାରିନାହିଁ। ୟୁପି ଦଳ ପୂର୍ବ ମ୍ୟାଚ୍‌ରେ ଛତିଶଗଡ଼ ବିପକ୍ଷରେ ପାଳି ଆଗୁଆ ରହି ୩ ପଏଣ୍ଟ ପାଇଥିଲା। ତା’ ପୂର୍ବ ମ୍ୟାଚ୍‌ରେ ଝାଡ଼ଖଣ୍ଡ ବିପକ୍ଷରେ ଦୁଇ ଦଳର ପ୍ରଥମ ପାଳି ଶେଷ ହୋଇ ନ ପାରିବାରୁ ଉଭୟଙ୍କୁ ୧ ପଏଣ୍ଟ ଲେଖାଏଁ ମିଳିଥିଲା। ଅପର ପକ୍ଷରେ ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍‌ରେ ଛତିଶଗଡ଼ ଓ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ପ୍ରଦେଶଠାରୁ ପ୍ରଥମ ପାଳି ପଛୁଆ ରହି ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଛି।

ଓଡ଼ିଶା ଦଳ: ଦେବାଶିଷ ସାମନ୍ତରାୟ, ଅମ୍ରିତ ଖଟୁଆ, ବିଶ୍ୱଜିତ ଭୂୟାଁ, ନିର୍ନିମେଶ ଜେନା, ସତ୍ୟଜିତ ସାବତ, ଦେବେନ୍ଦ୍ର ସିଂହ କୁଅଁର (ଅଧିନାୟକ), ରାଜେଶ ଧୁପର (ଓ୍ଵିକେଟ୍‌ ରକ୍ଷକ), ଅଭିଳାଷ ସେମଓ୍ଵାଲ, ସର୍ବେଶ୍ୱର ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରୀତ କଁଓ୍ଵର ସିଂହ ଚୌହାନ, ଆଶୁତୋଷ ଦାସ, ପପୁ ରାୟ, ଅସ୍ମିତ ରାଉତ, ଅଭିଜିତ ଘାନା, ଦୁଲାଲ ଚନ୍ଦ୍ର ପ୍ରଧାନ (ପ୍ରବନ୍ଧକ), ସୁରେଶ କୁମାର (ପ୍ରଶିକ୍ଷକ), ବିଶ୍ୱଜିତ ମହାପାତ୍ର (ଫିଜିଓ), ପୂର୍ଣ୍ଣେନ୍ଦୁ ଜେନା (ଟ୍ରେନର୍‌)।
ଉତ୍ତର ପ୍ରଦେଶ ଦଳ: ମହାଦେବ କୌଶିକ, ସଂଦୀପ ତୋମାର, ହରଦୀପ ସିଂହ, ପାର୍ଥ ମିଶ୍ରା, ସହିମ ହସନ, ବବି ଯାଦବ, ଅଭିଷେକ ଗୋସ୍ୱାମୀ, ସାନୁ ସୈନି, ମୁକେଶ କୁମାର, ତ୍ରିଶାଲ ତ୍ରିବେଦୀ, ଧ୍ରୁବ ପ୍ରତାପ ସିଂହ, ହର୍ଷ ବର୍ଧନ, ମୋସିନ ଖାନ, ଦୀପାଂଶୁ ଭାଟସ, ଶୁଭମ ଚୌବେ, ଜୁହିବ କ୍ୱାସିମ, ଅଗ୍ରୀମ ତିଓ୍ଵାରୀ, ସତୀଶ ଜୟସ୍ୱାଲ (ପ୍ରଶିକ୍ଷକ ଓ ପ୍ରବନ୍ଧକ), ଜିତେନ୍ଦ୍ର କୁମାର (ଫିଜିଓ)।

ସମ୍ବନ୍ଧିତ ଖବର