କଳିଙ୍ଗରେ ଅଭ୍ୟାସ କରିବ ଭାରତୀୟ ସ୍ପୋର୍ଟସ କ୍ଲାଇମ୍ବିଂ ଦଳ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଥିବା ସ୍ପୋର୍ଟ କ୍ଲାଇମ୍ବିଂ ହାଇ ପର୍ଫମାନ୍ସ ସେଣ୍ଟର (ଏଚ୍‌ପିସି) ରେ ଭାରତୀୟ ଦଳ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଅଭ୍ୟାସ କରିବ। ଏଠାରେ ଅଭ୍ୟାସ କରି ଭାରତୀୟ ଖେଳାଳିମାନେ ଏସୀୟ ସ୍ତରରୀୟ ପ୍ରତିଯୋଗିତା ଲାଗି ପ୍ରସ୍ତୁତି କରି‌େବ। ଭାରତୀୟ ପର୍ବତାରୋହଣ ପ୍ରତିଷ୍ଠାନ (ଆଇଏମଏଫ୍)ର ଜାତୀୟ ଅଧ୍ୟକ୍ଷ ଏମପି ଯାଦବ ରବିବାର ଏହା କହିଛନ୍ତି। ବିଶ୍ବରେ ସ୍ପୋର୍ଟସ କ୍ଲାଇମ୍ବିଂ ସର୍ବାଧିକ ଗତିରେ ଅଭିବୃଦ୍ଧି ଲାଭ କରିଥିବା ଖେଳ। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଏହାକୁ ମଧ୍ୟ ସାମିଲ କରାଯାଇଛି। କଳିଙ୍ଗ ଷ୍ଟାଡିୟମ୍ ଏଚ୍‌ପିସିରେ ସ୍ଥାନୀୟ ସୈନିକ ସ୍କୁଲ ଓ କିସର ତିନି ଡଜନରୁ ଅଧିକ ବାଳିକା-ବାଳକ ନିୟମିତ ଅଭ୍ୟାସ କରୁଥିବା ଜଣାପଡ଼ିଛି। କଳିଙ୍ଗ ଏଚ୍‌ପିସି ଭାରତର ଅନ୍ୟତମ ଶ୍ରେଷ୍ଠ ସ୍ପୋର୍ଟସ କ୍ଲାଇମ୍ବିଂ ଭିତ୍ତିଭୂମି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର