ଭୁବନେଶ୍ୱର: ଭାରତ ଭ୍ରମଣରେ ଆସିଥିବା ରଗବି ବିଶ୍ୱକପ୍‌ ଟ୍ରଫି ୨୦୧୯ ଆମ ପାଇଁ ଖୁସିର ମୂହୁର୍ତ୍ତ ଆଣିଛି। ଆମ ରାଜ୍ୟର ଖେଳାଳିମାନେ ଦେଶ ପାଇଁ ସୁନାମ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କହିଛନ୍ତି। ରାଜ୍ୟ ସଚିବାଳୟରେ ରଗବି ଟ୍ରଫିକୁ ସ୍ୱାଗତ ଜଣାଇ ନବୀନ ପଟ୍ଟନାୟକ ପିଲାମାନେ ରଗବି ଖେଳିବାକୁ ଆସନ୍ତୁ ବୋଲି କହିଛନ୍ତି। ଆଗାମୀ ଅକ୍ଟୋବରରେ ଆମେ ‘ଏସୀୟ ୧୮ ବର୍ଷରୁ କମ ମହିଳା ରଗବି ସେଭେନ’ ଆୟୋଜନ କରିବାକୁ ନେଇ ଗର୍ବ ଅନୁଭବ କରୁଛୁ।

Advertisment

କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା କହିଛନ୍ତି, ଜାତୀୟ ସ୍ତରରେ ଖେଳକୁ ନେଇ ଯେତେବେଳେ ଆଲୋଚନା ହୋଇଥାଏ, ଓଡ଼ିଶା ଆଗରେ ଥାଏ। ଓଡ଼ିଶାକୁ ରଗବି ଟ୍ରଫି ଆସିଥିବା ନେଇ ଆମେ ଗର୍ବ ଅନୁଭବ କରୁଛୁ। ଆମର ପିଲାମାନେ ରଗବିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଛନ୍ତି। ପୁରୁଷ ହକି ବିଶ୍ୱ କପ୍‌ ବ୍ୟତୀତ ଆମେ ରଗବି ଟୁର୍ଣ୍ଣାମେଣ୍ଟର ମଧ୍ୟ ଆୟୋଜନ କରିବୁ।

କିଟ୍‌ ଷ୍ଟାଡିୟମ୍‌ରେ ରଗବି ଟ୍ରଫି

publive-image

ଗେଟ୍‌ ଇନ୍‌ ଟୁ ରଗବି ତାଲିମ ସେସନରେ ବିଶିଷ୍ଠ ବ୍ୟକ୍ତବିଶେଷ ଯେପରିକି ମୁନ୍ନା ମୁର୍ମୁ ଓ ରାଜକିଶୋର ମୁର୍ମୁଙ୍କ ଭଳି ଭାରତର କୋଚ୍‌ ଏବଂ ଖେଳାଳୀ, ମହିଳା ଖେଳାଳୀ ସୁମିତ୍ରା ନାୟକ, ହୁପି ମାଝୀ ଓ ଲିଜା ସର୍ଦ୍ଦାର ପ୍ରମୂଖ ତାଲିମ ପ୍ରଦାନ କରିବା ପୂର୍ବରୁ ୱେବ୍‌ ଏଲ୍ଲିସ୍‌ କପ୍‌କୁ କିସ୍‌ ପିଚ୍‌ରେ ୧୧-୧୪ ବୟସର ଛାତ୍ରଛାତ୍ରୀମାନେ ସ୍ୱାଗତ କରିଛନ୍ତି । ଗତ ଦୁଇ ବର୍ଷ ଧରି ସମ୍ପୁର୍ଣ୍ଣ ଦେଶରେ ରଗବିର ଦୃତ ଅଭିବୃଦ୍ଧି ଓ ବିକାଶ ଦେଖାଯାଇଛି ଏଥିସହ ୱାଲର୍ଡ ରଗବିର ଗେଟ୍‌ ଇନ୍‌ ଟୁ ରଗବି କାର୍ଯ୍ୟକ୍ରମ ମାଧ୍ୟମରେ ୨୦୧୭ରେ ଭାରତ ୧,୬୦,୦୦୦ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କ ସହିତ ଏସିଆରେ ପ୍ରଥମ ସ୍ଥାନ ଓ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି, ଯେଉଁଥିରେ ୪୦% ମହିଳା ରହିଛନ୍ତି। ଦିଲ୍ଲୀରେ ସୋମବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଠୋରଙ୍କ ଦ୍ୱାରା ସ୍ୱାଗତ କରାଯାଇଥିବାବେଳେ ଦିଲ୍ଲୀର ସ୍ଥାନୀୟ କ୍ଲବର ଖେଳାଳି ଓ ପ୍ରଶଂସକମାନେ ସହରରେ ଗେଟ୍‌ ଇନ୍‌ ଟୁ ରଗବି କାର୍ଯ୍ୟକ୍ରମ ମାଧ୍ୟମରେ ୱେବ୍‌ ଏଲ୍ଲିସ୍‌ କପ୍‌ ଦେଖିବାକୁ ସୁଯୋଗ ପାଇଥିଲେ।

publive-image

ଆସନ୍ତାବର୍ଷ ସେପ୍ଟେମ୍ବର ୨୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଜାପାନରେ ଆୟୋଜିତ ହେବାକୁ ଥିବା ରଗବି ବିଶ୍ୱକପ ପାଇଁ ଭାରତ ଭ୍ରମଣରେ ଥିବା ଟ୍ରଫି ଶୁକ୍ରବାର ଓଡ଼ିଶାରେ ବୁଲିଛି। ଗୁରୁବାର ସନ୍ଧ୍ୟାରେ ଏହା ଭୁବନେଶ୍ୱରରେ ପହଞ୍ଚିଥିଲା। ଏହି ବିଶ୍ୱକପ୍‌ ଟ୍ରଫି ଶୁକ୍ରବାର ସକାଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପ୍ରଦର୍ଶିତ ହେବା ପରେ ମଧ୍ୟାହ୍ନରେ ସଚିବାଳୟକୁ ପହଞ୍ଚିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରଫିକୁ ଅନାବରଣ କରିଥିଲେ। ଅପରାହ୍ନରେ କିସ୍‌ ପରିସରକୁ ଏହି ଟ୍ରଫି ଯାଇଥିଲା। ଏହି ଟ୍ରଫି ୧୮ଟି ଦେଶ ବୁଲିବ।