୯୦ ଦିନ ପରେ ହକି ବିଶ୍ୱକପ୍‌-୨୦୧୮: ‘ହକି ପାଇଁ ହୃଦସ୍ପନ୍ଦନ ଅଭିଯାନ’ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ‘ହକି ବିଶ୍ୱକପ୍‌’ ଆଉ ୯୦ ଦିନ ପରେ ଆରମ୍ଭ ହୋଇଯିବ। ଏଥି ପାଇଁ ୯୦ ଅବଗଣନା ଆରମ୍ଭ ହୋଇଯାଇଛି। ଏଭଳି ଅଭିଯାନ ଯଦିଓ ଦେଶ-ବିଦେଶରେ ପୂର୍ବରୁ ହେଉଥିଲା, ଓଡ଼ିଶା ପାଇଁ ହେଉଛି ପ୍ରଥମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଳିଙ୍ଗ ଷ୍ଟାଡିୟମ ପରିସରରେ ‘ହକି ପାଇଁ ହୃଦସ୍ପନ୍ଦନ ଅଭିଯାନ’ ଆରମ୍ଭ କରିଛନ୍ତି।

ଏହି ଅବସରରେ ନବୀନ କହିଛନ୍ତି, ହକି ବିଶ୍ୱକପ ଆଗାମୀ ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ରେ ଶେଷ ହେବ। ‘ହକି ପାଇଁ ହୃଦସ୍ପନ୍ଦନ ଅଭିଯାନ’ ଲକ୍ଷାଧିକ ହକି ପ୍ରଶଂସକଙ୍କ ଦୃଦୟ ଜିଣିବ। ନବୀନ କହିଛନ୍ତି, ଆପଣ ଜାଣିଛନ୍ତି, ହକି ପାଇଁ ଓଡ଼ିଶା ହେଉଛି ଏକ ଉକୃଷ୍ଟ ସ୍ଥାନ। ଓଡ଼ିଶା ମାଟି ପ୍ରତିଭା ସଂପନ୍ନ ହକି ଖେଳାଳିଙ୍କୁ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ହକିରେ ଓଡ଼ିଶାର ଖେଳାଳିମାନେ ସୁନାମ କରିଛନ୍ତି। ମୋ ସରକାର ଖେଳର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ନବୀନ ଖେଳାଳିମାନଙ୍କର ଭବିଷ୍ୟତ ଉଜ୍ଜଳ ପାଇଁ ଶୁଭକାମନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାବିଦ୍‌ମାନଙ୍କୁ ପୁରସ୍କୃତ କରିଛନ୍ତି। ନୀବନ ପଟ୍ଟନାୟକ ସୁନୀତା ଲାକ୍ରା, ଅମିତ ରୋହୀଦାସ ଆଦିଙ୍କୁ ପୁରସ୍କୃତ କରିଛନ୍ତି। ଆଜି ସକାଳୁ ନବୀନ ଜାତୀୟ କ୍ରୀଡ଼ା ଦିବସ ତଥା ମେଜର ଧ୍ୟାନ ଚାନ୍ଦଙ୍କ ୧୧୩ତମ ଜୟନ୍ତୀ ଅବସରରେ ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର