#ମି-ଠୁ ଅଭିଯୋଗରୁ ମୁକ୍ତ ହେଲେ ବିସିସିଆଇ ସିଇଓ ରାହୁଲ ଜୋହରି

ମୁମ୍ବାଇ : ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ବିରୋଧରେ ଦୁଇଜଣ ମହିଳା ଲଗାଇଥିବା #ମି-ଠୁ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ବିସିସିଆଇ ପକ୍ଷରୁ ଗଠିତ ତିନିଜଣିଆ ତଦନ୍ତ କମିଟି ରିପୋର୍ଟ ଦେଇଛି । ଉକ୍ତ ମହିଳାମାନଙ୍କ ଅଭିଯୋଗ କପୋଳକଳ୍ପିତ ଓ ଅଭିସନ୍ଧିପୂର୍ଣ୍ଣ ବୋଲି କମିଟି କହିଛି । ଏହାଫଳରେ ଗତ ତିନି ସପ୍ତାହ ପରେ ଅଫିସ ଫେରିବାର ପଥ ପରିଷ୍କାର ହୋଇଛି । ଏହି ଅଭିଯୋଗ ପରେ ତାଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଥିଲା ।
ସେ ଡିସ୍କଭରି ଚ୍ୟାନେଲ୍ରେ କାର୍ଯ୍ୟ କରୁଥିବା ସମୟରେ ଜୋହରି ଜଣେ ମହିଳାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ ବୋଲି ତାଙ୍କ ନାମରେ ଅଭିଯୋଗ ଆସିଥିଲା । ମହିଳାଙ୍କ ସହ ରାହୁଲ ଜୋହର ଏପରି ଆଚରଣ କରିଥିବା କଥା ଆଉ ଜଣେ ମହିଳା ନିଜ ଟୁଇଟର୍ ଆକାଉଣ୍ଟ୍ରେ ପୋଷ୍ଟ୍ କରିଥିଲେ । ଏହା ପରେ ବିସିସିଆଇର ପ୍ରଶାସକ କମିଟି ତରଫରୁ ଏକ ତିନିଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା । କ୍ରିକେଟ ଜଗତରେ ଏହା ଥିଲା ସବୁଠୁ ହାଇପ୍ରୋଫାଇଲ #ମି-ଠୁ ଅଭିଯୋଗ ।

ସମ୍ବନ୍ଧିତ ଖବର