‌ଶାସ୍ତ୍ରୀଙ୍କୁ ସିଓଏ ଜବାବ

ନୂଆଦିଲ୍ଲୀ: ବର୍ତମାନର କ୍ରିକେଟ୍ ଦଳ ବିଦେଶ ମାଟିରେ ବିଗତ ୧୫ ବର୍ଷ ଭିତରେ ସବୁଠୁ ଶ୍ରେଷ୍ଠ ବୋଲି କିଛି ଦିନ ତଳେ କହିଥିଲେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। କିନ୍ତୁ ଏଭଳି ମନ୍ତବ୍ୟକୁ ବିସିସିଆଇ ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ) ନାପସନ୍ଦ କରିଛି। ବିଦେଶରେ ଏହା ଶ୍ରେଷ୍ଠ ଭାରତୀୟ ଦଳ କି ନୁହେଁ ଲୋକମାନେ ବିଚାର କରନ୍ତୁ ବୋଲି ସିଓଏ ଶାସ୍ତ୍ରୀଙ୍କୁ ନିଜ ଜବାବରେ କହିଛି। ଗୁରୁବାରର ବିସିସିଆଇ ବୈଠକରେ ହସ୍ତକ୍ଷେପ କରି ଅନ୍ୟ ଜଣେ ସଦସ୍ୟ କହିଥିଲେ ଏ ପ୍ରସଙ୍ଗ ଏତିକି ଥାଉ, ଏବେ ଅଷ୍ଟ୍ରେଲିଆ ଗସ୍ତ ସମ୍ପର୍କରେ ଆଲୋଚନା ହେଉ। ବୈଠକରେ କୋହଲିଙ୍କ ପ୍ରଶଂସକ ବିରୋଧୀ ମନ୍ତବ୍ୟକୁ ମଧ୍ୟ ସିଓଏ ନାପସନ୍ଦ କରିଥିଲା।

ସମ୍ବନ୍ଧିତ ଖବର