ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮: ମହିଳା ଭାରତ୍ତୋଳନରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିଣିଲେ ସଞ୍ଜିତା ଚାନୁ

ଗୋଲ୍‌ଡ୍‌ କୋଷ୍ଟ୍‍: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି ସଞ୍ଜିତା ଚାନୁ ଖୁମୁକଚାମ୍‌।

ଶୁକ୍ରବାର ଦିନ କ୍ୟାରାରା ସ୍ପୋର୍ଟସ୍‌ ଆରେନାରେ ସଞ୍ଜିତା ୫୩ କେ. ଜି. ଭାରତ୍ତୋଳନରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି।

ସେ ସମୁଦାୟ ୧୯୨ କେ. ଜି. ଭାର ଉତ୍ତୋଳନ କରି ପାପୁଆ ନିଉ ଗିନିର ଲୋଆ ଡିକା ତୋଉଙ୍କୁ ଦ୍ୱିତୀୟ ଏବଂ କାନାଡ଼ାର ରାଚେଲ୍‌ ଲେବ୍ଲାଙ୍କ୍‌-ବାଜିନେଟ୍‌ଙ୍କୁ ତୃତୀୟ ସ୍ଥାନରେ ରଖିଛନ୍ତି। ସେ ଦୁହେଁ ଯଥାକ୍ରମେ ୧୮୨ କେ. ଜି. ଏବଂ ୧୮୧ କେ. ଜି. ଭାର ଉତ୍ତୋଳନ କରିବାରେ ସମର୍ଥ ହୋଇଥିଲେ।

ସ୍ନାଚ୍‌ରେ ସଞ୍ଜିତା ୮୪ କେ. ଜି. ଏବଂ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୦୮ କେ. ଜି. ଭାର ଉତ୍ତୋଳନ କରିଛନ୍ତି।

୨୪ ବର୍ଷୀୟ ମଣିପୁରୀ ଝିଅ ସଞ୍ଜିତା ୨୦୧୪ ଗ୍ଲାସ୍‌ଗୋ ଗେମ୍‌ସ୍‌ରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିଣିଥିଲେ।

ସଂଜିତାଙ୍କ ପଦକକୁ ମିଶାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ହେଲା ତିନି।

ସମ୍ବନ୍ଧିତ ଖବର