ଭାରତୀୟ କ୍ରିକେଟର୍‌ମାନଙ୍କର ଡୋପ୍‌ ଟେଷ୍ଟ୍‌ କରିବାକୁ ‘ଏନ୍‌ଏଡିଏ’କୁ ସରକାରଙ୍କ ନିର୍ଦେଶ

0 340

ନୂଆଦିଲ୍ଲୀ: ବିସିସିଆଇ ଉପରେ ‘ଓ୍ଵାର୍ଲଡ୍‌ ଆଣ୍ଟି-ଡୋପିଙ୍ଗ୍‌ ଏଜେନ୍‌ସି’ (ଡବ୍ଲୁଏଡିଏ)ର କୋଡ୍‌ ଲାଗୁ କରି ଭାରତରେ ଖେଳା ଯାଉଥିବା ସମସ୍ତ ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚ୍‌ ସମୟରେ କ୍ରିକେଟ୍‌ ଖେଳାଳିଙ୍କର ଡୋପ୍‌ ଟେଷ୍ଟ୍‍ କରାଯାଉ ବୋଲି କ୍ରୀଡ଼ା ମନ୍ତ୍ରାଳୟ ‘ନ୍ୟାସ୍‌ନାଲ୍‌ ଆଣ୍ଟି-ଡୋପିଙ୍ଗ୍‌ ଏଜେନ୍‌ସି (ଏନ୍‌ଏଡିଏ)କୁ ନିର୍ଦେଶ ଦେଇଛି।

ବିସିସିଆଇ ଅନୁବନ୍ଧିତ ଟୁର୍ଣ୍ଣାମେଣ୍ଟ୍‌ ଏବଂ ମ୍ୟାଚ୍‌ଗୁଡ଼ିକରେ କ୍ରୀଡ଼ାରତ କ୍ରିକେଟ୍‌ ଖେଳାଳିମାନଙ୍କର ରକ୍ତ ଓ ମୂତ୍ର ନମୁନା ସଂଗ୍ରହ କରିବା ନିମନ୍ତେ ଡୋପ୍‌ କଣ୍ଟ୍ରୋଲ୍‌ ଅଫିସର୍ସମାନଙ୍କୁ ପଠାଇବାକୁ ମନ୍ତ୍ରାଳୟ ‘ଏନ୍‌ଏଡିଏ’କୁ ସମ୍ପୂର୍ଣ୍ଣ କର୍ତ୍ତୃତ୍ୱ ଓ କ୍ଷମତା ପ୍ରଦାନ କରିଛି।

Panda Mobile only

‘ଏନ୍‌ଏଡିଏ’ ଦ୍ୱାରା ଭାରତୀୟ କ୍ରିକେଟ୍‌ ଖେଳାଳିମାନଙ୍କର ଡୋପ୍‌ ଟେଷ୍ଟ୍‍ କରାଇବାକୁ ଅନୁମତି ଦେବାକୁ ‘ଆଇସିସି’ ‘ବିସିସିଆଇ’କୁ କହିଥିଲା। ‘ବିସିସିଆଇ’ ‘ଡବ୍ଲୁଏଡିଏ’ର ନୀତିନିୟମ ଅନୁସରଣକାରୀ ବୋଲି ନିଶ୍ଚିତ କରାଇବାକୁ ‘ଡବ୍ଲୁଏଡିଏ’ ଭାରତୀୟ କ୍ରୀଡ଼ା ମନ୍ତ୍ରାଳୟକୁ ପତ୍ର ଲେଖିଥିଲା। ଏହା ନିଶ୍ଚିତ କରା ନ ଗଲେ ‘ଡବ୍ଲୁଏଡିଏ’ ନିଜର ମାନ୍ୟତା ବାତିଲ୍‌ କରିବ ବୋଲି ଚେତାବନୀ ଦେଇଥିଲା।

‘ଡବ୍ଲୁଏଡିଏ’କୁ ଅବଜ୍ଞା କଲେ ମନ୍ତ୍ରାଳୟ ‘ବିସିସିଆଇ’କୁ ଅଦାଲତ୍‌କୁ ଟାଣିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଚାଲିଥିବା ରଣଜୀ ଟ୍ରଫି ସିଜନ୍‌ରୁ ‘ଏନ୍‌ଏଡିଏ’ କ୍ରିକେଟ୍‌ ଖେଳାଳିମାନଙ୍କର ଡୋପ୍‌ ଟେଷ୍ଟ୍‍ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.