ସିପିଏଲ୍‌ ପ୍ରଥମ ସଂସ୍କରଣ ଜିତିଲା ସ୍ପାର୍ଟନ୍ସ ଏକାଦଶ

ଭୁବନେଶ୍ୱର: ସ୍ପାର୍ଟନ୍ସ ଏକାଦଶ କାର୍ପୋରେଟ୍‌ କ୍ଷେତ୍ରରେ କାର୍ଯ୍ୟରତ କ୍ରିକେଟରଙ୍କୁ ନେଇ ସୋଆ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଆୟୋଜିତ ସିପିଏଲ୍‌ (କର୍ପୋରେଟ୍‌ ପ୍ରିିମିୟର୍‌ ଲିଗ୍‌)ର ପ୍ରଥମ ସଂସ୍କରଣ ଟ୍ରଫି କରାୟତ କରିଛି। ରବିବାର ରାତିରେ ଖେଳା ଯାଇଥିବା ଫାଇନାଲ୍‌ରେ ସ୍ପାର୍ଟନ୍ସ ଦଳ ୧୩ ରନ୍‌ରେ କ୍ଲାଉଡ୍‌ ଏକାଦଶକୁ ପରାସ୍ତ କରିଥିଲା। ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତେନ୍‌ ଷଡ଼ଙ୍ଗୀଙ୍କୁ ମିଳିଥିଲା।
ଫାଇନାଲ୍‌ ପୂର୍ବରୁ ଖେଳା ଯାଇଥିବା ପ୍ରଥମ କ୍ୱାଲିଫାୟରରେ କ୍ଲାଉଡ୍ସ ଏକାଦଶ ୫ ଓ୍ଵିକେଟ୍‌ରେ ବ୍ଲୁଟେକ୍‌ ସ୍ମାସର୍ସକୁ ହରାଇ ସିଧାସଳଖ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା। ଏହି ମ୍ୟାଚ୍‌ରେ ସୌମ୍ୟରଂଜନ ପାତ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଏଲିମିନେଟରରେ ସ୍ପାର୍ଟନ୍ସ ଏକାଦଶ ୨ ରନ୍‌ରେ ସର୍ଜିକାଲ ଷ୍ଟ୍ରାଇକର୍ସକୁ ପରାସ୍ତ କରି ଦ୍ୱିତୀୟ କ୍ୱାଲିଫାୟରରେ ପହଞ୍ଚିଥିଲା। ଏଥିରେ ସ୍ପାର୍ଟନ୍‌ ଦଳ ୨୬ ରନ୍‌ରେ ବ୍ଲୁଟେକ୍‌ ସ୍ମାସର୍ସକୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲା। ଏଲିମିନେଟରରେ ଦେବାଶିଷ ସାମଲ ଏବଂ ଦ୍ୱିତୀୟ କ୍ୱାଲିଫାୟରରେ ସନ୍ତୋଷ କୁମାର ମିଶ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ବିଜେତା ଦଳକୁ ୬୦,୦୦୦ ଟଙ୍କା ଏବଂ ଉପ ବିଜେତା ଦଳକୁ ୪୦,୦୦୦ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରତୀକ ପଟ୍ଟନାୟକଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଓ ଶ୍ରେଷ୍ଠ କ୍ଷେତ୍ର ରକ୍ଷକ, ଅମ୍ରିତ ପ୍ରିତମ ମହାନ୍ତିଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଓ ଓ୍ଵିକେଟ୍‌ ରକ୍ଷକ, ତନ୍ମୟ ପରିଡ଼ାଙ୍କୁ ଶ୍ରେଷ୍ଠ ବୋଲର ଏବଂ ଅଭିଷେକ ରଥଙ୍କୁ ଶ୍ରେଷ୍ଠ କ୍ୟାଚ୍‌ ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର