ଦିନିକିଆ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ହାଷ୍ଟିଙ୍ଗ୍‌ସ୍‌ଙ୍କ ଅବସର

ପର୍ଥ: ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଜନ୍‌ ହାଷ୍ଟିଙ୍ଗ୍‌ସ୍‌ ଶୁକ୍ରବାର ଦିନିକିଆ ଆନ୍ତର୍ଜାତିକ ସାଙ୍ଗକୁ ଘରୋଇ କ୍ରିକେଟ୍‌ରୁ ମଧ୍ୟ ଅବସର ନେଇଛନ୍ତି। ଗତ ଗୋଟିଏ ବର୍ଷ ହେବ ଲଗାତାର ଭାବେ ଆଘାତ ସମସ୍ୟା ତାଙ୍କୁ ପିଛା ଛାଡ଼ୁ ନଥିବାରୁ ସେ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଏହି ୩୧ ବର୍ଷୀୟ ଅଲ୍‌ରାଉଣ୍ଡର ବିଗ୍‌ ବାସ୍‌ ଲିଗ୍‌ରେ ମେଲ୍‌ବର୍ନସ୍‌ ଷ୍ଟାର୍ସ ପକ୍ଷରୁ ଖେଳ ଜାରି ରଖିବା ସହ ଦଳର ନେତୃତ୍ୱ ନେବା ଲାଗି ଘୋଷଣା କରିଛନ୍ତି। ଲଗାତାର ଭାବେ ସେ ଆଘାତ ସମସ୍ୟାରେ ପଡ଼ୁଥିବାରୁ ଖେଳ ଜାରି ରଖିପାରିବେନି ବୋଲି ଭିକ୍ଟୋରିଆ ଦଳୀୟ ସାଥୀଙ୍କୁ ଗତ ସପ୍ତାହରେ ଜଣାଇଥିଲେ। ସଂପ୍ରତି ସେ ପିଠି ଯନ୍ତ୍ରଣା ଭୋଗୁଥିଲା ବେଳେ ଗତ ଅଗଷ୍ଟରେ ଗୋଇଠିରେ ଯନ୍ତ୍ରଣା ଅନୁଭବ କରି ଦଳରୁ ବାଦ୍‌ ପଡ଼ିଥିଲେ। ଭାରତ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିବା ହାଷ୍ଟିଙ୍ଗ୍‌ସ୍‌ ୨୯ ଦିନିକିଆ ଖେଳି ୪୨ ଓ୍ଵିକେଟ୍‌ ସହ ୨୭୧ ରନ୍‌ ସଂଗ୍ରହ କରିଛନ୍ତି। ଚାମ୍ପିଅନ୍ସ ଟ୍ରଫି ଲାଗି ମଧ୍ୟ ଚୟନ ହୋଇଥିଲେ। ଏଥିସହ ସେ ୯ ଟେ୍ଵଣ୍ଟି-୨୦ ଏବଂ ଗୋଟିଏ ଟେଷ୍ଟ୍‍ ଅଷ୍ଟ୍ରେଲିଆ ପାଇଁ ଖେଳିଛନ୍ତି।

ସମ୍ବନ୍ଧିତ ଖବର