କ୍ରିକେଟ୍ ଦକ୍ଷତା ବିକାଶ ଶିବିର ଆରମ୍ଭ

ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ଟାଉନ୍ କ୍ଲବ୍ ପକ୍ଷରୁ ମୂଆପଡ଼ିଆରେ ଗୁରୁବାରଠାରୁ ଗ୍ରୀଷ୍ମକାଳୀନ କ୍ରିକେଟ୍‌ ଶିବିର ଆରମ୍ଭ ହୋଇଛି। ଏଥର କ୍ରିକେଟ୍‌ ଦକ୍ଷତା ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ମେ’ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ଦୁଇଟି ବୟସ ବର୍ଗର ଖେଳାଳି (୧୦ରୁ ୧୪ ବର୍ଷ ଏବଂ ୧୫ରୁ ୧୯ ବର୍ଷ) ଭାଗ ନେଇଛନ୍ତି। ବିସିସିଆଇ ତଥା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଅଭିଜ୍ଞ ପ୍ରଶିକ୍ଷକ ମିର ସୟଦଉଦ୍ଦିନ୍‌ ଏବଂ ଅଭିଜ୍ଞ ଅଫସ୍ପିନର ସନ୍ଦୀପ ରଥଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରଶିକ୍ଷଣ ଚାଲିଛି। ଖେଳାଳିମାନଙ୍କ ଫିଟ୍‌ନେସ ସ୍ତର ତଥା ଶାରୀରିକ ସମନ୍ୱୟ ଉପରେ ପ୍ରାଥମିକ ଗୁରୁତ୍ବ ପ୍ରଦାନ କରାଯାଉଛି ବୋଲି ଟାଉନ୍ କ୍ଲବ୍ କ୍ରୀଡ଼ା ସମ୍ପାଦକ ମନୋଜ ମହାପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର